ଧର୍ଷଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଆସାମୀ ଗିରଫ
କନ୍ଧମାଳ, ତା 4/7/24କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧୀନସ୍ଥ ଇନ୍ଦ୍ରଗଡ ପଞ୍ଚାୟତ ଡୁବା ଗ୍ରାମର ଜ୍ୟୋଛ୍ନା ମଲିକ ନାମ୍ନୀ ଜୈନିକ ମହିଳା ମହାମାୟୀ ପୂଜା ନିମିତ୍ତ ତିରିଶି ତାରିଖ ଦିନ ଗ୍ରାମ ଠାରୁ କିଛିଦୂର ଏକ ମନ୍ଦିରକୁ ଯାଉଥିବା ସମୟରେ ରାଇକିଆ ଥାନା ଅଧିନସ୍ଥ କୁମ୍ଭାରଖାଡି ଗ୍ରାମ ର ସିଦ୍ଧାର୍ଥ ଡିଗାଲ ନାମକ ଜୈନିକ ବ୍ୟକ୍ତି ମହିଳାଙ୍କୁ ଜଙ୍ଗଲ ଗାସ୍ତାରେ ଏକୁଟିଆ ପାଇ ମହିଳାଙ୍କୁ ଜୋର ଜବରଦସ୍ତ ଧର୍ଷଣ କରିବା ସହିତ ତାହାଙ୍କ ନିକଟରେ ଥିବା ବାଇଶି ସହ ଟଙ୍କା ତତ ସହିତ କାନରେ ପିନ୍ଧିଥିବା ଦୁଇଟି କାନ ଫୁଲ ଯାହାର ଓଜନ ଚାରି ଗ୍ରାମ ଅଟେ ତାହାକୁ ନେଇଯିବା ସହ ମହିଳାଙ୍କୁ ଜୀବନରେ ମାରିଦେବା ସକାଶେ ଗୁରୁତର ଆଘାତ କରି ଜଙ୍ଗଲ ମଧ୍ୟରେ ଫୋପାଡି ଦେଇଥିଲା । ମହିଳା ଜଣକ ତା ପରଦିନ ଚେତା ପାଇ ଘର କୁ ଆସି ଘଟିଥିବା ଘଟଣା ପରିବାର ଲୋକ ଙ୍କୁ ଜଣାଇ ଥିଲେ । ଘଟଣା ସମ୍ପର୍କରେ ରାଇକିଆ ଥାନାରେ ଏତଲା ହେବାପରେ ପୋଲିସ ଘଟଣା ଅନୁସନ୍ଧାନ କରି ଆସାମୀ ସିଦ୍ଧାର୍ଥ ଦିଗଲ କୁ ଗିରଫ କରି କୋର୍ଟ ଚାଲାଣ କରିଅଛନ୍ତି । ଚୋରି ସୁନା କ୍ରୟ କରି ରଖି ଥିବା ଅଭିଯୋଗ ରେ ଜଗବନ୍ଧୁ ଦାସ ନାମକ ଜୈନିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏଥି ପୂର୍ବ ରୁ ସିଦ୍ଧାର୍ଥ ଦିଗାଲ ବିଭିନ୍ନ ସ୍ଥାନରେ ଚୋରି ଡକାୟତି କେସରେ ସମ୍ପର୍କିତ ଥିବା ନେଇ ପୋଲିସ ସୂଚନା ପାଇବା ପରେ ଘଟଣା କୁ ଅନୁସନ୍ଧାନ କରି ନଗଦ ଏଗାରସହ ଟଙ୍କା ସହ ପୂର୍ବରୁ ଚୋରି କରିଥିବା କେତେକ ସୁନା ଗହଣା ପୋଲିସ ଜବତ କରିବାକୁ ସକ୍ଷମ ହୋଇଅଛନ୍ତି ।
