ମାନବ ସେବା ସମିତି ଦ୍ବାରା ବକ୍ତୃତା ପ୍ରତିଯୋଗୀତା ଅୟୋଜିତ
ଆସିକା:-୦୪/୦୭/୨୦୨୪ଆଜି ତା 4 ଜୁଲାଇ ଆସିକା ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକଙ୍କ ସଭା ଗୃହରେ ଆସିକା ମାନବ ସେବା ସମିତି ପକ୍ଷରୁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପାଇଁ ” ଓଡିଆ ସ୍ୱାଭିମାନ ମଧୁସୂଦନ ”ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l

ମାନବ ସେବା ସମିତି ଆବାହକ ଗଣେଶ ରଥଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠିର ଦୋରା,ଅବସର ପ୍ରାପ୍ତ ଶିକ୍ଷକ ପ୍ରୀତବାସ ମୁନି, ଶିବ ଶଙ୍କର ଜେନା ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ସଂପାଦନ କରି ଥିବା ବେଳେ ବରିଷ୍ଠ ନାଗରିକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଏହି ପ୍ରତିଯୋଗୀତା ରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
