ଅନନ୍ୟ ସମାଜସେବା ସଂଗଠନ " ଉର୍ଜାବାନ ଓଡ଼ିଶା" ତରଫରୁ ଶ୍ରୀମନ୍ଦିର ସିଂହ ଦ୍ଵାରା ସମ୍ମୁଖରେ ପ୍ରତିଦିନ ଶହଶହ ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରୁଛନ୍ତି। କିନ୍ତୁ ଦୀପ ପ୍ରଜ୍ବଳନ ପରେ ଦୀପ ଷ୍ଟାଣ୍ଡ ନଥିବାରୁ ପଥର କିମ୍ଵା ତଳେ ଏହି ଦୀପକୁ ରଖୁଛନ୍ତି। ଫଳରେ ଦୀପ ଲିଭିଗଲା ପରେ ତଳେ ଗଦା ହେଉଛି। ନୂତନ ଦୀପ ଷ୍ଟାଣ୍ଡ ବ୍ୟବସ୍ତା କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଓ ମନ୍ଦିର ପ୍ରଶାସନଙ୍କୁ ଦାବିପତ୍ର ଦିଆଗଲା। ଟ୍ରଷ୍ଟର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, କୋଷାଧକ୍ଷ ସୀତାରାମ ସେନାପତି, ଆଇନ ପରାମର୍ଶଦାତା ଅନିଲ କୁମାର ସାହୁ, ଦେବଜୀତ ଦାସ, ଜଗନ୍ନାଥ ପଣ୍ଡା, ଗୌତମ ସାହୁ ଉପସ୍ଥିତ ଥିଲେ।
Views: 197