କବିତାର ଶୀର୍ଷକ : ଅଛିଣ୍ଡା ଅଙ୍କର ପଦଧ୍ଵନି

କବିତାର ଶୀର୍ଷକ : ଅଛିଣ୍ଡା ଅଙ୍କର ପଦଧ୍ଵନି

ହେ ଜୀବନ (୨) ତୁ ସତେ କି
ଅଙ୍କାବଙ୍କା ଦୁରଦିଗବଳୟ ର କାନଭାସ ଟିଏ ?

 ଯେଉଁଠି ମୁଁ ଆଜି ଅନୁସାନ୍ଧିତ 

ସେହି ସ୍ବର୍ଣ୍ଣାଭ ସ୍ମୃତିଭରା ମୁହୂର୍ତ୍ତ ଟିଏ
ଲକ୍ଷ୍ୟହୀନ ପଥିକ ମୁଁ ଚାଲେ ସେହି
ନିରୁଦିଷ୍ଟ ପଦଚିହ୍ନେ ,ଜାଣେନା ସେ
ଅଷ୍ମଗତ କି କର୍ତ୍ତବ୍ୟପରାଣୟତାର ଆଦ୍ୟଆଗମନ ଟିଏ । (୧)

ହେ ଜୀବନ ତୁ ସତରେ କଣ
ସମୟର ଏକ ନିରବଚ୍ଛିନ୍ନ ଚକ୍ଷୁନ୍ମୋଳିତ ମୁହୂର୍ତ୍ତଟିଏ ?
ନା ଏକ ଅଭିଧାନରେ ଥିବା ପ୍ରକଳ୍ପିତ ଶବ୍ଦର କାକଳି ଟିଏ ?
ଯେଉଁଠି ଅସୁମାରୀ ପ୍ରଶ୍ନ ଏବଂ
ପ୍ରତୀକ୍ଷିତ ଉତ୍ତରର ଝଙ୍କାର ଟିଏ
ଭାବେ ବେଳେ ବେଳେ ତୁ ସେହି
କିଂକର୍ତ୍ତବ୍ୟ ମୂଢତାର ଏକ ଅପାସୋରା ସମନ୍ୱୟ ର ନିନାଦ ଟିଏ । (୨)

ହେ ଜୀବନ ତୋର ମୃଦୁବାତ ଘାତେ
ଆଜି ଏକ ନିରବଚ୍ଛିନ୍ନ ସ୍ନିଗ୍ଧତାର ପୃଷ୍ଠଭୂମି।
ଏବଂ ଅନ୍ୱେଷଣତାର ଏକ ଚିର ସବୁଜିମା ଦିବ୍ୟତ୍ୱର ବ୍ୟାପ୍ତ କାନନଭୂମି।
ଜିଜ୍ଞାସୁର ପ୍ରଛଦପଟରେ
ଏକ ସୁଦୀପ୍ତ ଜ୍ୟୋତ୍ସ୍ନାମୟୀ ପ୍ରଦୋଷ ଟିଏ ।
ଅପରିବ୍ୟାପ୍ତତା ତୋ କର୍ମଭୂମି
ମୂଲ୍ୟହୀନ ନଥାଏ ସେଠି
ଥାଏ କେବଳ ଅଛିଣ୍ଡା ଅଙ୍କର ପଦ ଧ୍ଵନି (୩)

reporter – ହିମାନ୍ଦ୍ରି ମେହେର

Leave a Reply

Your email address will not be published. Required fields are marked *