ଜିତିବି ପ୍ରେମର ବାଜି❤️

ସପନ ସିନା ମୁ ଦେଖେ ତୁମ ପାଇଁ
ଦିନରାତି ଚେଇଁ ଚେଇଁ
ଡର ଲାଗେ ପୁଣି କାଳେ ମୋ ସପନେ
ଅଧାରେ ହିଁ ଯିବ ରହି

ହୃଦୟର କଥା ତୁମରି ପାଖରେ
ଆଜିବି ପାରିନି କହି
କେମିତି କହିବି ଭାବୁଥାଏ ବସି
ନିଜେ ବୁଝି ପାରୁନାହିଁ

ତୁମରି ସାଥିରେ ଲେଖିବାକୁ ଚାହେଁ
ପ୍ରେମର ନୁଆ କାହାଣୀ
ସେଇ କାହାଣୀରେ ମୁ ହେବି ରାଜା
ତୁ ହବୁ ମୋର ରାଣୀ

ତୁମ କଥା ଭାବି ଭୁଲି ଯାଇଅଛି
ନିଜକୁ ମୁଁ ନିଜେ ଆଜି
ସପନ ଯଦି ମୋ ସତ ହୋଇଯିବ
ଜିତିବି ପ୍ରେମର ବାଜି

reporter – ହିମାନ୍ଦ୍ରି ମେହେର

Leave a Reply

Your email address will not be published. Required fields are marked *