ଗୁରୁ ହେଉଛନ୍ତି ମଙ୍ଗଳମୟ
ସୁଖ ସମୃଦ୍ଧିମୟ
ଭାଇ ଭଉଣୀ ଙ୍କୁ କରୁଛି ଅଳି
ସର୍ବଦା ରଖିବ ଲୟ।
ପିତା ଯେ ଗୁରୁ ମାତା ଯେ ଗୁରୁ
ଗୁରୁ ଶିକ୍ଷକ କୁଳ
ସଦା ସର୍ବଦା ସେବା କରିଲେ
ପାଇବା ଆମେ ଫଳ।
ତାଙ୍କର ତ୍ୟାଗ ତାଙ୍କର ମାର୍ଗ
ଜୀବନ ପଥର ଡଙ୍ଗା
ସ୍ନେହ ଶ୍ରଦ୍ଧା ର ପଥରେ ରହି
ଆମର ପବିତ୍ର ଗଙ୍ଗା।
ସମାଜ ପାଇଁ ଗୁରୁ ଙ୍କ ଦାନ ଅଟେ ଅବର୍ଣ୍ଣନୀୟ
ଗୁରୁ ଙ୍କ ତ୍ୟାଗ କେହି ଯେ କେବେ
ଭୁଲିବେ ନାହିଁ ଶ୍ରେୟ।
ଦିଅ ଆଶିଷ ହେ ପୃଜ୍ଯ ଗୁରୁ
ଜୀବନ ପଥେ ମୋର
ତୁମ ଆଶିଷେ ଆଗେଇ ଯିବି
ହୋଇ ମୁଁ କର୍ମବୀର।

Leave a Reply

Your email address will not be published. Required fields are marked *