ଧର୍ମଗଡ ପୋଷ୍ଟ ଅଫିସ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା
ଧର୍ମଗଡ ପୋଷ୍ଟ ଅଫିସ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ସ୍ଥିତ ପୋଷ୍ଟ ଅଫିସ ନିକଟରେ ଗୁରୁବାର ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନା ଥାଉ କି ଓଆର ୦୮ ଡି ୯୭୬୯ ନମ୍ବର ବିଶିଷ୍ଟ ବାଇକ ଯୋଗେ ରଙ୍କାବାହାଲ ଗ୍ରାମର ମୁରଲୀଧର ପଣ୍ଡା ଧର୍ମଗଡ ରୁ ନିଜ ଗାଁ ରଙ୍କାବାହାଲ କୁ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି ୦୮ ଡବ୍ଲୁ ୨୦୩୪ ନମ୍ବର ବିଶିଷ୍ଟ ବାଇକ ଯୋଗେ କନ୍ଦାମାଳ ଗ୍ରାମର ସରୋଜ ବାଗ (23) ଏବଂ ଫକୀର ମୋହନ ନାଗ (29) ଧର୍ମଗଡ ବିଅରବାର ରୁ ନିଜ ଗାଁ କୁ ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତିନି ଗୁରୁତର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ମୁରଲୀଧର ପଣ୍ଡା କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଦୁଇ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ। ଧର୍ମଗଡ ହସ୍ପିଟାଲକୁ ମୃତକ ଙ୍କ ପରିବାର ଲୋକେ ଆସି ଦୁର୍ଘଟଣା ଘଟାଇଥିବା ଲୋକମାନଙ୍କ ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଧର୍ମଗଡ ପୋଲିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା।
ରିପୋଟର -ହିମାନ୍ଦ୍ରି ମେହେର
