ଜୈବିକ କୃଷି ସମ୍ପର୍କିତ କର୍ମଶାଳା ଆୟୋଜିତ
**କୋଣାର୍କ ନିକଟସ୍ଥ କୁରୁଜଙ୍ଗସ୍ଥିତ ରେଡ଼ିଓ ନମସ୍କାର ପରିସରରେ ଆଜି ଜୈବିକ କୃଷି ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଅନସରା, କୁରୁଜଙ୍ଗ ଆଦି ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ। ସ୍ବେଚ୍ଛାସେବୀ ସଂଗଠନ ୟଙ୍ଗଇଣ୍ଡିଆ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି ବିଶେଷଜ୍ଞ ଏକାଦଶୀ ନନ୍ଦୀ ଓ ଡ. ଇମ୍ରାନ ଅଲୀ ଯୋଗ ଦେଇ ଜୈବିକ କୃଷିର ଆବଶ୍ୟକତା ଓ ପ୍ରଣାଳୀ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ୟଙ୍ଗ ଇଣ୍ଡିଆର ସଭାପତି ବରିଷ୍ଟ ସମାଜକର୍ମୀ ଏନ୍. ଏ. ଶାହା ଅନସାରୀ ଏହି ଅବସରରେ ଚାଷୀ ମାନେ କିପରି ସଂଗଠିତ ହୋଇ ବିଭିନ୍ନ ଲୋକପ୍ରିୟ କିସମର ଚାଷ କଲେ ଅଧିକ ଲାଭ କରିପାରିବେ ଆଲୋଚନା କରିଥିଲେ । ଏହି ଚାଷୀମାନେ ଚଳିତ ବର୍ଷ ନିଜ ଜମିରେ ମଣିପୁରର ଜିଆଇ ଟ୍ୟାଗ ପ୍ରାପ୍ତ କଳା ଧାନ ‘ଚକ୍ ହାଓ’ ଓ ବାସୁମତୀ ପ୍ରଭୃତି ଲୋକପ୍ରିୟ ଧାନ ଚାଷ କରିବେ । ଜୈବିକ ଉପାୟରେ ଅମଳ ହୋଇଥିବା ଏହି ଧାନ ଓ ଚାଉଳ ବିଭିନ୍ନ ପ୍ରତିଷ୍ଠାନ ମାଧ୍ୟମରେ ବିଦେଶକୁ ରପ୍ତାନୀ କରାଯିବ । ଏହି କର୍ମଶାଳାକୁ ରୋଜାଲିନ, ଅନୁପ, କାଜଲ ପରିଚାଳନା କରିଥିଲେ।
