ରଥ ଯାତରା
ଆସ ଭାଇ ଦେଖିଯିବା ରଥ ଯାତରା
ରଥ ଦଉଡି ଟାଣିବା ନ ହୋଇ ଭାରା।
ନନ୍ଦିଘୋଷ ତାଳଧ୍ବଜ ଦେବଦଳନ
କି ସୁନ୍ଦର ରଥ ସବୁ ଦଣ୍ଡାୟମାନ।
ନନ୍ଦିଘୋଷେ ବିଜେହେଲେ ଶ୍ରୀଜଗନ୍ନାଥ
ତାଳଧ୍ଵଜେ ବଳରାମ ଦେଖେ ଜଗତ।
ସୁଭଦ୍ରା ଦେବୀ ସୁସଜ୍ଜିତ ଦେବଦଳନ
ରଥଯାତ୍ରା ଦେଖିବାକୁ ଆନନ୍ଦ ମନ।
ରଥ ଟାଣି ବାକୁ ସବୁଭକତ ଭିଡ଼
ତିନି ରଥରେ ଭାଇହେ ଦଉଡି ଯୋଡ।
ରଥ ଦଉଡି ହେଉଛି ଅମୃତ ରଶି
ହୃଦୟରେ ଭକ୍ତିଭାବ ଦିଏ ପରଶି।
ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ପୂଣ୍ୟ ଦିନ
ରଥଯାତ୍ରା ପାଳନର ରେ ଦିଅନ୍ତି ମନ।
ଶଙ୍କରାଚାର୍ଯ୍ୟ ଙ୍କ ସଙ୍ଗେ ପୁରୀ ଠାକୁର ରାଜା
ରଥେ ପୂଜା କରନ୍ତି ଧରିଣ ଧ୍ବଜା।
ଛେରାପହଁରା ଏକ ନିଆରା କାର୍ଯ୍ୟ
ଦେଖନ୍ତୁ ଭକତମାନେ ଧରିଣ ଧୈର୍ଯ୍ୟ।
ରାଜ୍ୟ ପ୍ରଶାସନିକ ବୃନ୍ଦ ବଡ ତତ୍ପର
ଭରଣ କରନ୍ତି ଦେହେ ଅନେକ ଭାର।
ଜଗା କାଳିଆ କୁ ମୋର କୋଟି ଜୁହାର
ଦୋଷ ଥିଲେ କ୍ଷମା କର ତୃଟି କୁ ମୋର।
ଗୁଣ୍ଡିଚା ମନ୍ଦିରେ ବିଜେ କରନ୍ତି ତିନି ଠାକୁର
ବଡ଼ ଶୋଭା ପାଏ ଆମ
ଗୁଣ୍ଡିଚା ମନ୍ଦିର।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
