ଜଙ୍ଗଲ ନିଗମ ତରଫରୁ ଥାନା ଓ ଅଗ୍ନିଶମ କାର୍ଯ୍ୟଳୟ ରେବନ ମହୋତ୍ସବ କାର୍ଯ୍ୟକ୍ରମ
ଧରାକୋଟ :- ୦୬/୦୭ ବନ ଉନ୍ନୟନ ନିଗମ ଭଞ୍ଜନଗର ବାଣିଜ୍ୟ ଖଣ୍ଡ ତରଫରୁ 7୫ ତମ ବନମହୋଛବ ପାଳନ ଅବସରରେ ଧରାକୋଟ ଥାନା ,ଧରାକୋଟ ଅଗ୍ନିଶମ କାର୍ଯ୍ୟଳୟ ପରିସର ସହିତ ଧରାକୋଟ ଜାନବିଲି ପଥ ପାର୍ଶ୍ଵ ରେ ବୃକ୍ଷ ରୋପଣ କରାଯାଇଛି । ମହୋତ୍ସବ ପାଳନ ଡି ଏମ ପ୍ରଭାକର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ଏସ ଡି ଏମ ଭାଗବତ ସାହୁ,ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ, ଏସ ଆଇ ବାଲ୍ମିକୀ ପ୍ରଧାନ, ଏସ ଆଇ ସୁଭଲକ୍ଷ୍ମି କହଁର, ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ,ବନପାଳ ଅକ୍ଷୟ ତ୍ରିପାଠୀ,ଏସ ଏସ ସୁନୀତା ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ସଂପ୍ରତି ସମଗ୍ର ବିଶ୍ବରେ ଜଳବାୟୁ ରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ପରିବେଶ ର ସନ୍ତୁଳନ ସହ ବଢ଼ି ଚାଲିଥିବା ତାପମାତ୍ରା କୁ ରୋକିବା ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି । ଏଣୁ ସମସ୍ତେ ସଚେତନ ହୋଇ ନିଜକୁ ନିଜେ ପରିବର୍ତ୍ତନ କରି ବୃକ୍ଷ ରୋପଣ କରିବା ପାଇଁ ଆହ୍ବାନ ଦେଇଥିଲେ। ମଣିଷ ର ସାମୁହିକ ଆବଶ୍ୟକତା ପୂରଣ ପାଇଁ ବୃକ୍ଷରୋପଣ ଅତୀବ ଜରୁରୀ ବୋଲି ପ୍ରକାଶ କରିଥିଲେ। ଏଣୁ ମା ଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅତିଥି ମାନେ ସମସ୍ତଙ୍କ ସହଯୋଗ ଲୋଡିଥିଲେ।ଏଥିରେ ବିଭାଗର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।
