ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
କାକଟପୁର,୦୬.୦୭- କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ବଟେଶ୍ୱର ନୋଡାଲ ସ୍କୁଲ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ମାଲ୍ୟାର୍ପଣ ପୂର୍ବକ ମହାପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଓଡିଶାର ଜଣେ ମହାନ ପରୋପକାରୀ ସମାଜସେବୀ, ସୁଲେଖକ, କବି, ସମାଜ ସଂସ୍କାରକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ମହାପ୍ରଣୟ ଦିବସ ଉପଲକ୍ଷେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ,ଚନ୍ଦନ ଓ ଧୂପ ଦେଇ ପୂଜାର୍ଚ୍ଚନା ସହ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା। ପୁରାତନ ଛାତ୍ର ତଥା ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ସହାୟକ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଶିକ୍ଷୟତ୍ରୀ ପୁଷ୍ପା ରାଣୀ ବିଶ୍ବାଳ, ଶ୍ରୁତିସ୍ମୃତି ସାହୁ, ସଂସ୍କୃତ ଶିକ୍ଷୟତ୍ରୀ ରାଜଶ୍ରୀ ଦାଶ, ଅମରି ଦେଇ ପ୍ରମୁଖ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
