ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା

ହିଞ୍ଜିଳିକାଟୁ:-୦୬/୦୭ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ବେଆଇନ ବାଲି ଉତ୍ତୋଳନ, ବେଆଇନ ମଦ ବେପାର ଓ ପଥରବାଷ୍ଟିଂ ହେଉଥିବା ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ।ଏହାର ବିଲୋପ ସହ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ଏହା ନ କରାଗଲେ ୧୯ ତାରିଖରୁ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଥିସହ ବ୍ରହ୍ମପୁର ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦ରୁ ଧାରଣା ଦେବାକୁ ବାଧ୍ଯ ହେବୁ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ପାଢି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ଜୁନ ୧୮ରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ହେଁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟ ପକ୍ଷରେ ଗତ ମାସରେ କୌଣସି ସୂଚନା ନ ଦେଇ ଡିଭିଜନ ଖଣି ବିଭାଗୀୟ ଅଧିକାରୀ ଅକ୍ଷୟ କୁମାର ସାମଲ ଓ ଆସିକା ଥାନା ଭାରପ୍ରାପ୍ତ ଅଧୂକାରୀ ରାଜେନ୍ଦ୍ର ପଟ୍ଟନାୟକ ଶେରଗଡ ତହସିଲ ପାକିଡି ଋଷିକୂଲ୍ୟା ନଦୀ ବାଲିଘାଟରେ ବାଲି ଠିକାଦାର ସୁଧାନିଧ୍ ଚୌଧୁରୀଙ୍କ ସହ ସଲାସୁତୁରା କରି ତଦନ୍ତ ସାରିଥିବା ଶ୍ରୀ ପାଢି ସୂଚନା ଦେଇଛନ୍ତି । ନଦୀ ଶଯ୍ୟାରୁ ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଛି । ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନିତିରେ ଲିପ୍ତ ରହିଥିବା ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଂପୃକ୍ତ ବାଲି ଘାଟ ଲିଜକୁ ରଦ୍ଧ କରିବାକୁ ଦାବି ହେଉଛି । ସେହି ପରି ହିଞ୍ଜିଳିକାଟୁ ତହସିଲ ଦୁର୍ବନ୍ଧ ଗ୍ରାମ ଶିବମନ୍ଦିର ନିକଟରେ ବେଆଇନ ମଦଦୋକାନ ଏବଂ ଶେରଗଡ ତହସିଲ ବରମୁଣ୍ଡୁଳି ଗ୍ରାମ ନିକଟରେ ବେଆଇନ ମଦଭାଟି ଖୋଲାଯାଇଛି । ସ୍ଥାନୀୟ ଅବକାରୀ ଓ ପୁଲିସ ଅଧିକାରୀ ସଂପୃକ୍ତ ମଦମାଫିଆ ମାନଙ୍କ ସହ ସଲାସୁତୁରା କରି ରାଜ୍ୟର କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ କରା ଯାଉଛି। ଏହିପରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦୁର୍ନିତି ଚରମ ସୀମାରେ ପହଁଞ୍ଚିଥିଲେ ମଧ୍ୟ ଏଥିପ୍ରତି କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହା ବ୍ୟତିତ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇନାହିଁ । ଶେରଗଡ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ୧୦୫ ଜଣ ଶିକ୍ଷକ ଅଭାବ ରହିଛି । ଯଦ୍ଵାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହା ସହିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି ।

Leave a Reply

Your email address will not be published. Required fields are marked *