ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ବୈଠକ
………..ଧରାକୋଟ,9/7/24ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ତହସିଲ କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ବିଭାଗୀୟ ଅଧିକାରୀ କାଳନ୍ଦୀ ପାତ୍ର,ରାଜସ୍ବ ପରିଦର୍ଶକ ସୁଜ୍ଞାନି ବେହେରା,ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ଲକ୍ଷ୍ମଣ ନାୟକ,ରଞ୍ଜନ ବରାଡ,ବାବୁରାମ ନାୟକ,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ରଥ,ତୁଷାର ବେହେରା,ଶୁଶାନ୍ତ ପୂଜାରୀ, ରାଜେଶ ବଳ , ଦିବାନନ୍ଦ ମଲିକ ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ଖାତାରେ ରହିଥିବା ଜମିକୁ ରାଜସ୍ଵ ନିରୀକ୍ଷକ ମାନେ ପ୍ରଥମେ ନିରୂପଣ କରିବେ,ଦ୍ଵିତୀୟ ପର୍ଯ୍ୟାୟରେ ପ୍ଲଟ ନିକଟକୁ ଯାଇ ସର୍ଭେ କରିବା ପରେ ଜବରଦଖଲ କେସ ରୁଜୁ କରି ଉଚ୍ଛେଦ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ସଂପ୍ରତି ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଜବରଦଖଲକରୀଙ୍କ କବଳରେ ଥିବା ସରକାରୀ ଜମି ଜବରଦଖଲ ମୁକ୍ତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
