ଋଷିକୁଲ୍ୟା ସୁରକ୍ଷା ଅଭିଯାନ ପାଇଁ ଆଗକୁ ଆସିଲେ ପରିବେଶବିତ
……ଧରାକୋଟ9/7/24ଗଞ୍ଜାମ ଜିଲ୍ଲାର ଜୀବନ ରେଖା ହେଉଛି ଋଷିକୁଲ୍ୟା ନଦୀ। ଜଳସେଚନ ଠାରୁ ପିଇବା ପାଣି ସବୁ କ୍ଷେତ୍ରରେ ଏହି ନଦୀ ଜିଲ୍ଲା ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସଂପ୍ରତି ରାଜ୍ୟ ସରକାର ଏହି ନଦୀ ଉପରେ ପିପଳପଙ୍କା ଉପରେ ଏକ ବ୍ୟାରେଜ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଫଳରେ ତଳ ମୁଣ୍ଡରେ ଜଳ ପ୍ରବାହ କ୍ଷୀଣ ହେବାଦ୍ବାରା ନଇ କୂଳିଆ ଲୋକେ ବେଶ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ପଟରେ ନଦୀର ବାଲି ଅବାଧରେ ଚୋରାରେ ଚାଲାଣ କରାଯାଇ ଅନ୍ୟ ଜିଲ୍ଲା ଓ ରାଜ୍ୟ କୁ ପଠାଯିବା ଦ୍ଵାରା ଜଳର ଧାରଣ ଶକ୍ତି କମି ଯାଉଛି । ଅନ୍ୟ ପକ୍ଷରେ ନଦୀର ଗର୍ଭ ବିଭିନ୍ନ ଲଟା ବୁଦା ଦ୍ଵାରା ପରିପୂର୍ଣ ହୋଇ ରହିଥିବାରୁ ନଦୀ ଗତିପଥ ବଦଳାଇବାର ସମ୍ଭାବନା ସୃଷ୍ଟି ହୋଇଛି।ଏଣୁ ଋଷିକୁଲ୍ୟା ସମେତ ଏହାର ଶାଖା ନଦୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ । ଆଜି ଋଷିକୁଲ୍ୟା ନଦୀ ସୁରକ୍ଷା ଓ ସ୍ଥାୟୀତ୍ବ ନେଇ ଲୋକଶକ୍ତି ଅଭିଯାନ ର ସଭାପତି ପ୍ରଫୁଲ୍ଲ ସାମନ୍ତରା,ଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ପରିବେଶବିତ ସୁଦୀପ ପଟ୍ଟନାୟକ ପ୍ରମୁଖ ଧରାକୋଟ ନିକଟସ୍ଥ ଜାନବିଲି ଅନିକଟ ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ନଦୀର ସୁରକ୍ଷ ନେଇ ଆଲୋଚନା କରିଛନ୍ତି। ସେମାନଙ୍କ ସହ ଆଲୋଚନା ବେଳେ ସରକାର ବର୍ଷା ଦିନରେ ନଦୀରେ ପ୍ରବାହିତ ବର୍ଷାଜଳକୁ ଦୁଇ କୂଳରେ ଥିବା ବନ୍ଧ ଏବଂ ନୂତନ ବନ୍ଧ ଖନନ କରି ସଂରକ୍ଷଣ କରନ୍ତୁ,ସରକାର ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତି ନଇ କୂଳିଆ ଲୋକଙ୍କ ସହ ସ୍ଥିତାବସ୍ଥା ନେଇ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ, ଏନ ଜି ଟି ଓ ସୁପ୍ରିମ କୋର୍ଟ ଙ୍କ ଗାଇଡ ଲାଇନ ଅନୁଯାୟୀ ନଦୀ ଗର୍ଭରୁ ବାଲି ଉତ୍ତୋଳନ କରାଯାଉ , ବାହାର ରାଜ୍ୟ ଓ ଜିଲ୍ଲାକୁ ବାଲି ଚାଲାଣ ବନ୍ଦ କରାଯାଉ,ନଦୀ ଗର୍ଭକୁ ସଫା କରାଯାଉ ,ସର୍ବୋପରି ଜନବସତି ପାଇଁ ନଦୀର ଆବଶ୍ୟକତା ରହିଛି କିନ୍ତୁ ସରକାର ଶିଳ୍ପ ସଂସ୍ଥାକୁ ଜଳଦାନ କରି ଋଷିକୂଲ୍ୟା କୁ ମୃତ ନଦୀରେ ପରିଣତ କରିବା ପାଇଁ ଯୋଜନା କରୁଥିବାରୁ ଏହାକୁ ଜୋରଦାର ବିରୋଧ କରାଯିବ । ଆଗାମୀ ଦିନରେ ଜାନବିଲି ଓ ପିପଳପଙ୍କା ଠାରେ ଜନ ସାଧାରଣ ଙ୍କୁ ନେଇ ବୈଠକ କରାଯିବ ବୋଲି ଋଷିକୁଲ୍ୟା ନଦୀ ସୁରକ୍ଷା ଅଭିଯାନ ର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।
