ଉଛେଦ ବ୍ୟବସାୟୀଙ୍କ ହୋଇ ନାହିଁ ଥଇଥାନ

ଉଛେଦ ବ୍ୟବସାୟୀଙ୍କ ହୋଇ ନାହିଁ ଥଇଥାନ। ଏନସିର ପ୍ରତିଦିନ କଲେକ୍ସନ।ନିମାପଡା () ଉଛେଦ ବ୍ୟବସାୟୀଙ୍କ ହୋଇନାହିଁ ଥଇଥାନ। ଏପଟେ ନିମାପଡା ଏନସି ପକ୍ଷରୁ ଚାଲିଛି ପ୍ରତିଦିନ କଲେକ୍ସନ ।ଦୃର୍ଦିନରେ ଉଠା ଦୋକାନ ବ୍ୟବସାୟୀ। ଉଛେଦକୁ ସାତ ମାସ ବିତିଲା। ନିମାପଡା ମୁଖ୍ୟ ବଜାରର ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ସାତ ମାସ ହେଲା ଦୋକାନ ସବୁକୁ ଉଛେଦ କରା ଯାଇଥିଲା। ଏ ପର୍ଯ୍ୟନ୍ତ ଏନସି ପକ୍ଷରୁ ଥଇଥାନ ବ୍ୟବସ୍ଥା ହୋଇ ପାରି ହୋଇ ପାରିଲା ନାହିଁ।ଏପଟେ ଏନସି କାର୍ଯ୍ୟାଳୟ ବୋଝ ଉପରେ ନଳିତା ବିଡା ପରି ଡେଲି କଲେକ୍ସନ କରିବାରେ ବ୍ୟସ୍ତ। ପ୍ରଚଣ୍ଡ ଖରା ବର୍ଷାରେ ଉଠା ଦୋକାନୀ ମାନେ ନିଜର ବ୍ୟବସାୟ କରୁଥିବା ବେଳେ ଗ୍ରାହକ ମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି। ପ୍ରଚଣ୍ଡ ଖରାରେ ପରିବା ଦୋକାନୀ ମାନେ ପରିବା ଗଦେଇ ବିକୁଥିବା ବେଳେ ଖରାରେ ପରିବା ନଷ୍ଟ ହେଉ ଯାଉଥିବାରୁ କ୍ଷତି ସହୁଛନ୍ତି ବ୍ୟବସାୟୀ ମାନେ। ଖରା ପରେ ଏବେ ଆସିଲାଣି ବର୍ଷା ରୁତୁ। ସେଥିପାଇଁ ଚିନ୍ତାରେ ଉଠା ଦୋକାନୀ ବ୍ୟବସାୟୀ। ବର୍ଷା ଦିନରେ କିପରି ନିଜର ଦୋକାନ ଖୋଲିବେ ସେ ନେଇ ତାଙ୍କ ପାଖରେ ବିକଳ୍ପ ମଧ୍ୟ କିଛି ନାହିଁ। ଦୋକାନ ନ ଖୋଲିଲେ ଘରର ଗୁଜୁରାଣ କିପରି ମେଣ୍ଟାଇବେ ସେ ନେଇ ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି । ସୂଚନା ମୁତାବକ ପ୍ରତେକ ଦିନ ସକାଳ ସନ୍ଧ୍ୟାରେ ଏନସିର ଜଣେ କର୍ମଚାରୀ ଉଠା ଦୋକାନୀଙ୍କ ଠାରୁ କଲେକ୍ସନ କରିଥାନ୍ତି। ବ୍ୟବସାୟୀଙ୍କ କହିବା କଥା ଏନସି ଟାକ୍ସ ନିଅନ୍ତୁ ଆମର ଆପତ୍ତି ନାହିଁ। ମାତ୍ର ସେମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ କରାଗଲେ ବ୍ୟବସାୟୀ ମାନେ ଉପକୃତ ହେବେ । ତେବେ ଉଛେଦ ବ୍ୟବସାୟୀ ମାନଙ୍କ ସମସ୍ୟା ମୋହନ ସରକାରରେ ସମାଧାନ ହୋଇ ପାରୁଛି କି ନାହିଁ ତାହା ଆଗାମୀ ଦିନର ସମୟ ହିଁ କହିବ।

Leave a Reply

Your email address will not be published. Required fields are marked *