ମା’ ପାଇଁ ଗଛଟିଏ ଅଭିଜାନ

* ଆଜି ଅପରାହ୍ନରେ ନିର୍ମାଣ ହେବାକୁ ଥିବା ନୂତନ ପର୍ଯ୍ୟଟନ କାର୍ଯ୍ୟାଳୟ ପଡିଆ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ,ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ଜିତେନ୍ଦ୍ର ନାଥ ମିତ୍ର, ପୂର୍ବତନ ବିଧାୟକ, ଖୋର୍ଦ୍ଧ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ ସିଂହ ଏହି ଅବସରରେ ଉପସ୍ଥିତ ରହି, ” ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ। ଏଣୁ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ।” ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ନିବେଦନ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ଦାସ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ମିରବାଇ ବେହେରl ଓ ଅନ୍ୟାନ୍ୟ କର୍ମୀ ଓ କର୍ମଚାରୀ ଚାରା ରୋପଣ କରିଥିଲେ l ସୂଚନାଯୋଗ୍ୟ, ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ *ଏକ ପେଡ ମା କେ ନାମ* ( *ମା ପାଇଁ ଗଛଟିଏ* ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *