CITUର ରାଜ୍ୟ ବ୍ୟାପୀ ଦାବୀ ଦିବସ ପାଳନ

———————————— ବ୍ରହ୍ମପୁର – ବନ୍ଦ କଳକରଖାନା ଖୋଲିବା, ସର୍ବନିମ୍ନ ଦରମା ମାସକୁ 26 ହଜାର କରିବା, ସର୍ବ ନିମ୍ନ ପେନସନ 10 ହଜାର ଟଙ୍କା, ସରକାରୀ ଦପ୍ତରରେ ଖାଲି ପଦବୀ ପୂରଣ,ଏବଂ ଦର ବୃଦ୍ଧି ନିୟନ୍ତ୍ରଣ କରିବା ,ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ ଓ ସହାୟତା ପ୍ରଦାନ କରିବା, ସ୍କିମ ୱାର୍କରକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ସେଲସ ରେପ୍ରିଯେଣ୍ଟଟିଭି ମାନଙ୍କୁ ମେଡିକାଲରେ କାମ କରିବା ଅଧିକାର ସମେତ 15 ଦଫା ଦାବିରେ ଆଜି CITU ପକ୍ଷରୁ ଦାବୀ ଦିବସ ପାଳନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଯୁଧିଷ୍ଠିର ବେହେରା,ଏ ଭି ସ ପାତ୍ର, ପ୍ରବୋଧ ସାହୁ, ରାଜା ରାଓ, ହରି ନାହାକ ,ଶ୍ରୀହରି ରେଡି,କୃଷ୍ଣ ସେଠି ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *