ଲୀଳାମୟ
ତୁମେ ଲୀଳାମୟ ବୈକୁଣ୍ଠ ବିହାରୀ
କେତେ ଲୀଳା ଲଗାଉଛ
ତୁମରି ପ୍ରେମରେ ସମସ୍ତେ ବସିତ
କେବେ କେଉଁଠି ରହୁଛ
ହେ ଲୀଳାମୟ ବୈକୁଣ୍ଠ ବିହାରୀ।
ତୁମେ ଅଟେ ପ୍ରଭୁ ବୈକୁଣ୍ଠ ରନାଥ
କ୍ଷୀରଚୋରା ଗୋପୀନାଥ
ତୁମରି ପ୍ରେମରେ ମନରହୁଥାଉ
କରୁଛି ମୁଁହି ଏହି ଶପଥ
ହେ ଲୀଳାମୟ ନିଳାଦ୍ରୀ ବିହାରୀ।
ତୁମେ ଅଟେ ପ୍ରଭୁ ବୈକୁଣ୍ଠ ରନାଥ
କ୍ଷିରାବ୍ଧିତନୟା ପ୍ରାଣ
ତୁମରି ପାଦରେ ମୋର ମନଥାଉ ପକାଉଛି ମୁହିଁ ରାଣ।
ହେ ଲୀଳାମୟ ନିଳାଦ୍ରୀ ବିହାରୀ।
ତୁମେ ହେଁ ଅନନ୍ତ ତୁମେ ହେଁ ସାଗର ସିନ୍ଧୁ ପରି ଅଟେସମ
ତୁମ ପାଦରେ ଜୀବନ ପାଇଲା ଅହଲ୍ୟା ଦେବୀ ଏ ଧାମ
ହେ ଲୀଳାମୟ ନିଳାଦ୍ରୀ ବିହାରୀ।
ତୁମ ରି ପଦରେ କୋଟି ନମସ୍କାର
ହେ ଜଗତର ନାଥ ପ୍ରଭୁ
ସମସ୍ତ ହୃଦୟେ ଆମେ ସବୁ ବେଳେ ରହୁଥାଉ ଆହେପ୍ରଭୁ
ହେ ଲୀଳାମୟ ନିଳାଦ୍ରୀ ବିହାରୀ।
ସମସ୍ତ ହୃଦୟେ ଥାଅ ପ୍ରଭୁ ତୁମେ ଜଗତର ସୃଷ୍ଟି କର୍ତ୍ତା
ଜଗତ ମଙ୍ଗଳେ କାମ କରିବାକୁ ସମାଜ କୁ ଦିଅ ବାର୍ତ୍ତା
ହେ ଲୀଳାମୟ ନିଳାଦ୍ରୀ ବିହାରୀ।
ଘେନ ମୋ ବିନତି ହେ ବୈକୁଣ୍ଠ ପତି
ଜଗତ ମଙ୍ଗଳ ପାଇଁ
ବୃଷ୍ଟିପାତ ହେଉ ଠିକ୍ ସମୟରେ ଆଗକୁ ଦିଅ ବଢାଇ
ହେ ଲୀଳାମୟ ନିଳାଦ୍ରୀ ବିହାରୀ।

–
ପ୍ରକୃତି ବନ୍ଧୁ ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
