ଆହେ ଇଛାମୟ କରୁଣା ସାଗର
କରୁଣା ବାରିଧି ହରି
ତୁମରି କୃପାରୁ ଆମେ ବଞ୍ଚିଅଛୁ ହୃଦୟ ସାଗରେ ବାରି।
ଜଗତ ମଙ୍ଗଳେ ରହିଥିବାରୁ ଯେ
ନାମ ପ୍ରଭୁ ଜଗନ୍ନାଥ
କରୁଣା ବାରିଧି ହୃଦୟେ ଥିବାରୁ
ତୁମେ ଅନାଥ ର ନାଥ।
ପରମ ଦୟାଳୁ ହେ ଜଗତନାଥ ଦୋଷ ଥିଲେ କ୍ଷମା କର
ମୋକ୍ଷ ପ୍ରାପ୍ତ ହେବ ଆଜିର ମାନବ
ନାମ ଜପି ବାରମ୍ବାର।
କିଏ ଡାକେ କଳାମାଣିକ ଯେ କିଏ ଡାକେ ନାରାୟଣ
କିଏ ଡାକେ ତୁମେ ହୃଦୟ ଠାକୁର
ଜଗତର ଯେ ତାରଣ।
ସଂସାର ର ଗତି ତୁମରି ହାତରେ
ତୁମେ ନାଆ ର‌‌ ନାବିକ
ଡଙ୍ଗା ଚଳାଇବା ବିଚିତ୍ର ନୁହଁଇ
ତୁମେ ଅଟଇ ଭାବୁକ
ଧରଣୀ ରେ ସର୍ବେ ପୂଜା କରୁଛନ୍ତିି
ଆହେ ଦୟାମୟ ହରି
ତୁମରି ଆଶିଷ ଢାଳିଦିଅ ପ୍ରଭୁ
ନିୟମିତ ସ୍ନେହ ଭରି।


ହରିହର ସାହୁ
ଇଲେଇଜଙ୍ଗ , ଗଁଦିଆ, ଢେଙ୍କାନାଳ,

Leave a Reply

Your email address will not be published. Required fields are marked *