ଜିଲ୍ଲା ସମାଜ ମଙ୍ଗଳ ବିଭାଗ

, ନୟାଗଡ଼ ଏବଂ ମହିଳା ଓ ଶିଶୁ ବିକାଶ, ଓଡିଶା ସରକାରଙ୍କ ମିଳିତ ଆୟୋଜନରେ ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷ ଗୃହରେ ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇgଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବ୍ଲକ ଅଧକ୍ଷ କିଶୋର ସାହୁ, ମୁଖ୍ୟ ବକ୍ତା ଭାବେ ରାଜ୍ୟ କନ୍ସଲଟାଣ୍ଟ ଦୀପାଳି ଦାସ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସ୍ୱରୂପ ଉଚ୍ଚତା ଏବଂ ଓଜନ ମଧ୍ୟରେ କିଭଳି ଭାରସାମ୍ୟ ରଖା ଯାଇ ପାରିବ ତାର ବୈଷୟିକ ଦିଗ ଉପରେ ବ୍ୟାପକ ବକ୍ତବ୍ୟ ପ୍ରଦାନ କରିଥିଲେ |ଏଥିରେ ରାଜ୍ୟ ସରକାର ନେଇଥିବା ଶିଶୁ ସମ୍ପର୍କିତ କାର୍ଯ୍ୟକ୍ରମର ସୁଉପଯୋଗର ଗୁରୁତ୍ୱ ଉପରେ ମଂଚାସୀନ ଅତିଥି ମାନେ ବକ୍ତବ୍ୟ ରଖିବା ସହ ପ୍ରଶିକ୍ଷଣ ତାଲିମ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁରଙ୍କ ସମେତ ଜିଲ୍ଲା ପୋଷଣ ଅଧିକାରୀ ଅସିତ ରଞ୍ଜନ ମହାପାତ୍ର,ଡିପିଓ କୃତିବାସ ସେଠୀ, ପ୍ରମୁଖ ଆଗେଇ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଠୋଟି ବ୍ଲକର ସିଡିପିଓଙ୍କ ସମେତ ୪୯ ଜଣ ମହିଳା ପରିଦର୍ଶିକା ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *