ପ୍ରେସ୍ ବିବୃତି

ଜୟ ଜଗନ୍ନାଥ ,ଆସନ୍ତା 21 ଜୁଲାଇ ରବିବାର ଦିନ ପୁରୀ ଟାଉନ୍ ହଲ୍ ଠାରେ ଓଡିଶା ର ଅଗ୍ରଣୀ OTT App AAO NXT ପ୍ରଯୋଜିତ ତିନୋଟି ସିନେମା “ସୁକ ଭାଇ ର ଶୋଲେ” , “ଯାଯାବର 2.0” , ଏବଂ “ଦଶମ” ପ୍ରଦର୍ଶନ ହବାକୁ ଯାଉଛି, ଦର୍ଶକ ମାନଙ୍କ ପାଇଁ ଟିକେଟ ସମ୍ପୂର୍ଣ୍ଣ free ଅଛି, ଲୋକଙ୍କ ସୁବିଧା ପାଇଁ ସିଟ ସବୁ ନମ୍ବର କରାଯାଇ ଫ୍ରି ଟିକେଟ ପ୍ରଦାନ କରାଯାଉଛି, ଦିନ 12 ଟା ରେ ସୁକ ଭାଇ ର ଶୋଲେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ, 90 ମିନିଟ୍ ର ଏହି ସିନେମା ରେ 80’s ଦଶକ ସମୟରେ ସିନେମା ହଲ୍ ନଥିବା ଏକ ଗ୍ରାମ ରେ ସୁପରହିଟ୍ ସିନେମା ଶୋଲେ କିପରି ପ୍ରଦର୍ଶନ କରାଯାଉଛି ତାହା ଉପରେ ପର୍ଯ୍ୟବେସିତ କାହାଣୀ ଅଛି , ସୁକ ଭାଇ ଚରିତ୍ର ଜୀବନ କିପରି ଶୋଲେ ସିନେମା ସହିତ ଅନୁପ୍ରାଣିତ ତାହା ଏହି classic ସିନେମା ର ମୂଳ କାହାଣୀ, ଦିନ 3pm ସମୟରେ “ଯାଯାବର 2.0” ପ୍ରଦର୍ଶନ କରାଯିବ, 90 ମିନିଟ୍ ର ଏହି ସିନେମା ରେ ସୁପରଷ୍ଟାର ଶ୍ରୀରାମ ପଣ୍ଡା ଙ୍କ ଜଣେ ପାଗଳ ପ୍ରଶଂସକ କିପରି ପାଗଳାମି କରୁଛି ତାହା ଉପରେ ଆଧାରିତ ଏହି ଥ୍ରିଲର୍ ସିନେମା, ସନ୍ଧ୍ୟା 6pm ରେ “ଦଶମ” ସିନେମା ପ୍ରଦର୍ଶିତ ହେବ, ଯାହା କି 2007 ଦଶମ ଶ୍ରେଣୀ ର କାହାଣୀ ଅଟେ, ଗତ ଜାନୁଆରୀ ରେ ରିଲିଜ୍ ହୋଇ ସିନେମା ଟି ଉଚ୍ଚ ପ୍ରଶଂସିତ ହେଇଥିଲା, ତିନୋଟି ଯାକ ସିନେମା ର ନିର୍ମାତା ଏବଂ କଳାକାର ମାନେ ଉପସ୍ଥିତ ରହି ପୁରୀ ବାସୀ ଙ୍କ ସହିତ ସିନେମା ଦେଖିବେ, ଆମ ପୁରୀ ରେ ସିନେମା ହଲ୍ ନଥିବା ରୁ ଆମେ ଗତ ଏକ ବର୍ଷ ରୁ ଉର୍ଦ୍ଧ ସମୟ ହେଲାଣି ଟାଉନ୍ ହଲ୍ ରେ ସିନେମା ହଲ୍ ଭଳି ବ୍ୟବସ୍ଥା କରି ସଫଳତାର ସହିତ ଅନେକ ଭଲ ଭଲ ଓଡ଼ିଆ ସିନେମା ପ୍ରଦର୍ଶିତ କରାଇଥିଲୁ,ଟାଉନ୍ ହଲ୍ ରେ ସିନେମା ହଲ୍ ଭଳି ପ୍ରଦର୍ଶନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି, ପୂର୍ବ ଥର ଭଳି ସମାନ ଧରଣର ବ୍ୟବସ୍ଥା ଯଥା 24feet wide ର ବଡ଼ LED ପରଦା ଏବଂ ସରାଉଣ୍ଡ ସାଉଣ୍ଡ ଲଗାଯିବ ,ଏୟାର କଣ୍ଡିସନ ଏବଂ ଉତ୍ତମ ଚେୟାର ଭଳି ଅନେକ ଅତ୍ୟାଧୁନିକ ସୁବିଧା ଟାଉନ୍ ହଲ୍ ରେ ଆଗରୁ ରହିଛି, ଏହା ସହିତ ଉତ୍ତମ ସ୍ଵଚ୍ଛତା ଏବଂ ଆତିଥେୟତା ବ୍ୟବସ୍ଥା ସହିତ ଆମେ ସିନେମା ପ୍ରଦର୍ଶନ କରିବୁ ଯାହାକି ସିନେମା ହଲ୍ ର ଅଭାବକୁ ପୂରଣ କରିବ , ବିଶୃଙ୍ଖଳା ରୋକିବା ପାଇଁ ସମସ୍ତ Seat ର ନମ୍ବର କରାଯାଇଛି, ଦର୍ଶକ ମାନେ 1st come 1st Serve basis ରେ ଆଗ ଆସି ନିଜ ମନ ପସନ୍ଦର ସିଟ ଚୟନ କରି ବିନା ମୂଲ୍ୟରେ ଟିକେଟ କାଟି ପାରିବେ, ଏ ବିଷୟରେ ଜନତା ଙ୍କୁ ସୂଚନା ଦେବା ପାଇଁ ଆଜି ତା 11/07/2024 ରିଖ ସକାଳ ୧୧ ଘଟିକା ସମୟ ରେ ଭକ୍ତ ସାଲବେଗ ପୀଠ ଠାରେ ଏକ ପ୍ରେସ୍ ମିଟ୍ ଆୟୋଜିତ ହେଇଥିଲା, ପୁରୀର ସିନେମା ପ୍ରେମୀଙ୍କୁ ଅନୁରୋଧ ଯେ ସେମାନେ ଆସନ୍ତା 21 ତାରିଖ ରେ ଟାଉନ ହଲ ଆସି ଚଳଚ୍ଚିତ୍ର ସବୁ କୁ ଉପଭୋଗ କରନ୍ତୁ ଏବଂ ସକାଳ 11 ଟା ରୁ ଅପରାହ୍ନ 2 ଟା ମଧ୍ୟରେ ଟାଉନ୍ ହଲ୍ ନିକଟ ରେ ଫ୍ରି ଟିକେଟ ଉପଲବ୍ଧ ଅଛି ୲ ସିଟ ଏବଂ ଶୋ ସୀମିତ ଥିବାରୁ ଫ୍ରି ଟିକେଟ ବୁକିଂ ସହାୟତା ନିମନ୍ତେ ମୋବାଇଲ (7377290501/8637290501) ନମ୍ବର ଜାରି କରାଯାଇଛି ୲ ଇତିପିନାକୀ ଶ୍ରୀଚନ୍ଦନ (8637290501)ସୌମ୍ୟରଞ୍ଜନ ଶତପଥୀଚିତ୍ତରଞ୍ଜନ ମହାନ୍ତି ଦେବା ବାରିକ ରବି ନାରାୟଣ ନାୟକ ସ୍ୱସ୍ତିକ୍ ମହାନ୍ତି ଅଜୟ କୁମାର ଏବଂ ଟିମ୍ “ଓଡ଼ିଶା ଟକିଜ୍”

Leave a Reply

Your email address will not be published. Required fields are marked *