ରେଡ କଲେ ବମ୍ବେର ଏକ ସ୍ୱତନ୍ତ୍ର ଟିମ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମସ୍ତ ଗ୍ରୋସରୀ ଦୋକାନରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଟିମର ଚଢ଼ାଉ। ନକଲି ସର୍ଫକୁ ନେଇ ଦୁଇଟି ଟିମର ରେଡ। ରେଡରେ ସାମିଲ ଅଛନ୍ତି ବମ୍ବେ ହାଇକୋର୍ଟର କମିଶନରଙ୍କ ସମେତ ୬ଜଣ ସଦସ୍ୟ। ମାର୍କେଟରେ ନକଲି ସର୍ଫଏକ୍ସଲକୁ ନେଇ ଚାଲିଛି ତନାଘନା। ପୋଲିସ ଉପସ୍ଥିତିରେ ଯାଞ୍ଚ କାରବାର ହୋଇଛି କଡାକଡି ।ଏପରିକି କିଛି ଗ୍ରୋସରୀ ମାଲିକଙ୍କ ଘର କବାଟ ଓ ଦୋକାନ କବାଟ ଭାଙ୍ଗି ଚାଲିଛି ରେଡ। ଅସହଯୋଗ କଲେ କଡା କଡ଼ି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କମିଶନର ଦିପ୍ତୀରଂଜନ ହାଜରାଙ୍କ ସ୍ପଷ୍ଟୋକ୍ତି। ରେଡ ଟିମରେ ସାମିଲ ଅଛନ୍ତି କାମାକ୍ଷାନଗର ପୋଲିସ।
