ବୀରଗୋବିନ୍ଦପୁର ରେ ପଣ୍ଡିତ ଦୀନଦୟାଲଙ୍କ ୧୧୦ତମ ଜୟନ୍ତୀ ପାଳିତ।

ଘସିପୁରା, ଭାରତ ମାତା ର ସୁଯୋଗ୍ୟ ସନ୍ତାନ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ, ଜନନେତା,ଏକାତ୍ମ ମାନବବାଦ ର ପ୍ରଣେତା ,ଦାର୍ଶନିକ ଓ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଘଷିପୁରା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବୀରଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଜେପି ର ବର୍ଷୀୟାନ କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ସଂଯୋଜନାରେ ଗିରିଧାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଦୀନ ଦୟାଲଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଡ଼ଃ ଶମ୍ଭୁନାଥ ରାଉତ ଯୋଗ ଦେଇ ଉପସ୍ଥିତ ଗ୍ରାମର ସର୍ବ ବୟୋଜ୍ୟେଷ୍ଠ ବ୍ୟକ୍ତି ସମ୍ବର୍ଦ୍ଧିତ କରିବା ସହିତ ପଣ୍ଡିତ ଦୀନଦୟାଲ ଙ୍କ ସମର୍ପିତ ଜୀବନ ଉପରେ ଆଲୋକ ପାତ କରିଥିଲେ ।ସମାଜର ସର୍ବନିମ୍ନ ଅବହେଳିତ ବ୍ୟକ୍ତିର ବିକାଶରେ ଦେଶର ବିକାଶ ହୋଇ ପାରିବ ବୋଲି ଦୀନ ଦୟାଲ ଉପାଧ୍ୟାୟ ଙ୍କ ମାର୍ମିକ ଦର୍ଶନକୁ ସୁନ୍ଦର ଭାବେ ଉପସ୍ଥିତ ମା ଭଉଣୀଙ୍କ ଆଗରେ ଡ଼ଃ ରାଉତ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ମଙ୍ଗୁଳି ମାଝୀ,ଉତ୍ତମ ଡ଼ା ଙ୍ଗୁଆ,ରାହାସ କୁଁଅର, ଅର୍ଜୁନ ବାରିକ,କାଳନ୍ଦୀ ଡ଼ାଙ୍ଗୁଆ,କନକ ପାଢ଼ୀ,ଜୟନ୍ତୀ ମାଝୀ,ରଶ୍ମିତା ପରିଡ଼ା,କଇନ୍ତା ଦାସ ସମେତ ଅନେକ ପୁରୁଷ ମହିଳା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *