ଦେବାଳୟ ପରିସରରେ ବିଦ୍ୟାଳୟ

ଦେବାଳୟ ପରିସରରେ ବିଦ୍ୟାଳୟ। ବ୍ଲକ ଶିକ୍ଷା ଅଧିକାରୀ ନୀରବ ଦ୍ରଷ୍ଠା ନିମାପଡା ( ) ଦେବାଳୟ ପରିସରରେ ବିଦ୍ୟାଳୟ। ବ୍ଲକ ଶିକ୍ଷା ଅଧିକାରୀ ସାଜିଛନ୍ତି ନୀରବଦ୍ରଷ୍ଠା। ଭକ୍ତିମୟ ପରିବେଶରେ ଚାଲିଛି ପାଠ ପଢା। ସରକାର ସରକାରୀ ସ୍କୁଲରେ ପିଲା ପାଠ ପଢିବା ପାଇଁ ସ୍କୁଲର ରୂପାନ୍ତିକରଣ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି. ଛାତ୍ର ଛାତ୍ରୀ ମାନେ କିପରି ଉନ୍ନତ ଶିକ୍ଷା ପାଇ ପାରିବେ ସେଥିପାଇଁ ବିଦ୍ୟାଳୟ ଗୁଡିକୁ ଡିଜିଟାଲ କରା ଯାଇଛି। ଉନ୍ନତ ଶିକ୍ଷା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରୀ ରଖିଥିବା ବେଳେ ଏପଟେ କିନ୍ତୁ ବେସରକାରୀ ବିଦ୍ୟାଳୟ ଗୁଡିକ ଛତୁ ଫୁଟିଲା ଭଳି ଖୋଲି ଚାଲିଛି।ସତେ କି ଯେମିତି ବିଦ୍ୟାଳୟ ନୁହେଁ କୋଚିଂ ସେଣ୍ଟର।ଯିଏ ଯେଉଁଠି ପାରୁଛି ସେ ଏକ ବେସରକାରୀ ବିଦ୍ୟାଳୟ ଖୋଲି ବସି ପଡୁଛି।

ବେସରକାରୀ ସ୍କୁଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଗାଇଡ଼ ଲାଇନ ଥିବାବେଳେ ବେସରକାରୀ ସ୍କୁଲ ଏହି ଗାଇଡ଼ ଲାଇନ ସବୁକୁ ମାନୁ ନାହାନ୍ତି।ଏହାର ଉଦାହରଣ ଦେଖିବାକୁ ମିଳିଛି ଦେବାଳୟ ପରିସରରେ ଚାଲିଛି ବିଦ୍ୟାଳୟ।ଏ ଦୃଶ୍ୟ ହେଉଛି ନିମାପଡା ହାଟଛକ ସ୍ଥିତ ପୁର୍ଣ୍ଣେଶ୍ୱରୀ ମନ୍ଦିର ପରିସରରେ ଚାଲିଥିବା ଏକ ବେସରକାରୀ ବିଦ୍ୟାଳୟର ଦୃଶ୍ୟ. ମନ୍ଦିର ପରିସରରେ ଚାଲିଛି ଏହି ବିଦ୍ୟାଳୟଟି।ଏହି ବେସରକାରୀ ବିଦ୍ୟାଳୟର ନାମ ଭାରତୀୟ ବିଦ୍ୟା ନିକେତନ।ଏହି ବିଦ୍ୟା ନିକେତନରେ ଅଙ୍କୁର ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଯାଉଛି ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷା ବିଭାଗର ଏକ ବେସରକାରୀ ସ୍କୁଲ ଖୋଲିବା ପାଇଁ ଯେଉଁ ସବୁ ଗାଇଡ଼ ଲାଇନ ଅଛି ତା ଭିତରେ ଏହି ଗାଇଡ଼ ଲାଇନ ଅଛି କି ଦେବାଳୟ ପରିସରରେ ବିଦ୍ୟାଳୟ କରିବା ପାଇଁ।ସୂଚନାରୁ ଜଣା ପଡିଛି ବିଦ୍ୟାଳୟଟି ଦୀର୍ଘ ବର୍ଷ ହେଲା ଏଠାରେ ଚାଲୁଛି।.ପ୍ରତେକ ଦିନ ଦେବାଳୟକୁ ଭକ୍ତ ମାନେ ଆସୁଥିବା ବେଳେ ମନ୍ଦିର ପୂଜାର୍ଚନା ପାଇଁ ଘଣ୍ଟ ଘଣ୍ଟା ବାଜି ଥାଏ. ଶିକ୍ଷା ପାଇଁ ନିହାତି ଭାବରେ ଅନୁକୂଳ ପରିବେଶ ସହିତ ଜନ ଗହଳି ଠାରୁ ଦୂରରେ ଶିକ୍ଷା ଅନୁଷ୍ଠାନ ରହିବା ଆବଶ୍ୟକ । ସ୍କୁଲର ନିଜସ୍ୱ ଯାଗା ରହିବା ସହ ଖେଳ ପଡିଆ ଏବଂ ଅନ୍ୟାନ୍ୟ ଗାଇଡ଼ ଲାଇନ ମୁତାବକ ଏକ ବେସରକାରୀ ସ୍କୁଲ ହୋଇ ପାରିବ। ସୂଚନା ମୁତାବକ ଏହି ବିଦ୍ୟା ନିକେତନ ସ୍କୁଲର ନିଜସ୍ୱ ଯାଗା ନ ଥିବା ବେଳେ ଭଡା ଘରେ ଚାଲୁଛି । ଟୁ ଇନ ୱାନ ପରିବେଶ ଏଠାରେ।ଏପଟେ ମନ୍ଦିର ଘଣ୍ଟି ବାଜୁଥିବା ବେଳେ ସେପଟେ ବିଦ୍ୟାଳୟ ଘଣ୍ଟି ମଧ୍ୟ ବାଜୁଛି ଏଭଳି ଭକ୍ତିମୟ ପରିବେଶ ଭିତରେ ଚାଲିଛି ଶିକ୍ଷାଦାନ। ଦେବାଳୟ ପରିସରରେ ବିଦ୍ୟାଳୟ ଚାଲିବା ପାଇଁ କିଏ ଅନୁମୋଦନ ଦେଲା ଯଦି ବି ଅନୁମୋଦନ ପାଇଛି କେଉଁ ଆଧାରରେ ଶିକ୍ଷା ବିଭାଗ ଏହି ସ୍କୁଲକୁ ଅନୁମୋଦନ ଦେଲା ତାହା ଏବେ ତଦନ୍ତ ସାପେକ୍ଷ। ଏ ନେଇ ନିମାପଡା ବ୍ଲକ ଶିକ୍ଷା ଅଧିକାରୀ ଦ୍ଵିତୀକାନ୍ତ ପ୍ରଧାନଙ୍କୁ ପଚାରି ବାରେ ସେ କହିଛନ୍ତି ଘଟଣାର ତଦନ୍ତ କରି ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *