ଚାଷ ପାଇଁ ଭରସା ପିଡିଆ

କବିସୂର୍ଯ୍ୟନଗର:-୧୯/୦୭ ଜଳଭଣ୍ଡାର ସ୍ତର ଉପର ମୁହାଁ ହେଲାଣି l ଅନ୍ୟପଟେ ମୌସମୀ ବର୍ଷା ଆରମ୍ଭ ହେତୁ ତଳି ପଡି ରୁଆ ଆରମ୍ଭ ହୋଇଗଲାଣି l ଚାଷୀକୁ ଭରସା ଏକମାତ୍ର ପିଡିଆ l କିନ୍ତୁ ବଜାରରେ ଚଢ଼ା ଦରରେ ପିଡିଆ ବିକ୍ରି ଚାଲିଛି l ତଳି ଓ କାଦୁଅ ହେବାପରେ ରୁଆ ଅନେକ ଜାଗାରେ ସରିଲାଣି l ଜମିରେ ପିଡିଆ ଆବଶ୍ୟକତା ରହିଛି l ଏହି ଘୋର ଅଭାବକୁ ଉପଲବ୍ଧି କରି ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସରକାର ପକ୍ଷରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ସମସ୍ତ ଚାଷୀଙ୍କୁ ପିଡିଆ ଯୋଗାଇଦେବାକୁ ଦାବି କରିଛନ୍ତି l

ଏନେଇ ରାଜ୍ୟପାଳ ନିକଟକୁ ପତ୍ର ଲେଖିଥିବା ସେ କହିଛନ୍ତି l ଦୁଇ ରୁ ତିନି ଦିନ ମଧ୍ୟରେ ଚାଷୀକୁ ଉଚିତ ଦରରେ ଦେବାକୁ ଚେତାଇ ଦେଇଛନ୍ତି l ନଚେତ ଜନବିରୋଧୀ ଆନ୍ଦୋଳନ ତେଜିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l ସମବାୟ ପକ୍ଷରୁ ଚାଷୀକୁ ଉଚିତ ମୂଲ୍ୟରେ ସାର ନ ମିଳିବା ନେଇ ଚାଷୀ ଆନ୍ଦୋଳନ ଲାଗି ସଜବାଜ ହେଲେଣି l ଏପରକି ଅନୁନ୍ନତ ବିହନ ଯୋଗାଣ ଯୋଗୁ ଶତକଡା ଚାଳିଶି ଭାଗ ଧାନ ଗଜା ବାହାରୁଛି l ଏହାର ରକ୍ଷାଣବେକ୍ଷଣ ଲାଗି ପିଡିଆ ଜରୁରୀ lଏଣୁ କବିସୂର୍ଯ୍ୟନଗର ଚାଷୀଙ୍କୁ ତୁରନ୍ତ ସାର ଯୋଗାଇଦେବାକୁ ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *