ଫାର୍ମାସିଷ୍ଟ ଛୁଟିର ଅଛନ୍ତି, ଡ୍ରେସର ନାହାଁନ୍ତି
ତିହିଡି,୧୯/୦୭/୨୪ ଫାର୍ମାସିଷ୍ଟ ଛୁଟିର ଅଛନ୍ତି, ଡ୍ରେସର ନାହାଁନ୍ତି,ଟିଟି ସାଲାଇନ ଦେଇହେବ ନାହିଁ , ଆମେ ଷ୍ଟିଚ୍ କରିପାରିବୁ ନାହୁଁ । ଏହା ଆମ କାମ ନୁହେଁ । ଆପଣ ତିହିଡି କିମ୍ବା ଭଦ୍ରକ ମେଡିକାଲ ନେଇଯାଆନ୍ତୁ । ଏହିପରି ରୋଗୀକୁ କହିଥିଲେ ଗୁଆମାଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଏବଂ ଅଲିନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣବ ମହାନ୍ତି ଏବଂ ଡାକ୍ତରାଣୀ ଶୁଭସ୍ମିତା ତ୍ରିପାଠୀ ।ସୂଚନା ଅନୁସାରେ ଗୁଆମାଳ ଗ୍ରାମରେ କୃଷ୍ଣ ଚନ୍ଦ୍ର ମାଝୀ Low BP ଯୋଗୁଁ ରାସ୍ତାରେ ପଡିଯିବା ଫଳରେ ମୁଣ୍ଡ ଫାଟିଯାଇଥିଲା । ତାଙ୍କ ପୁଅ ପୁଅମାନେ ତାଙ୍କୁ ଗୁଆମାଳ ମେଡିକାଲ ନେଇଯାଇଥିଲେ । ଡାକ୍ତର ଶ୍ରୀ ମହାନ୍ତି ଫାର୍ମାସିଷ୍ଟ ଛୁଟିର ଅଛନ୍ତି, ଡ୍ରେସର ନାହାଁନ୍ତି,ଟିଟି ସାଲାଇନ ଦେଇହେବ ନାହିଁ , ଆମେ ଷ୍ଟିଚ୍ କରିପାରିବୁ ନାହୁଁ କହି ଜଣେ ଆଟେଣ୍ଟାଣ୍ଡ ଦ୍ବାରା ଡ୍ରେସିଙ୍ଗ କରାଇ ରେଫର କରିଦେଇଥିଲେ ତିହିଡିକୁ, ପୁଣି ବିନା ପ୍ରେସକ୍ରିପ୍ସନରେ ।ଠିକ ସେହିପରି ଅଲିନଗର ମେଡିକାଲର ଡାକ୍ତରାଣୀ ଶୁଭସ୍ମିତା ତ୍ରିପାଠୀ ରୋଗୀର ମୁଣ୍ଡର କ୍ଷତ ନଦେଖି ତାଙ୍କର ଫାର୍ମାସିଷ୍ଟ,ଡ୍ରେସର ଛୁଟିରେ ଅଛନ୍ତି , ଭଦ୍ରକ ମେଡିକାଲ ନେଇଯାଅ, ମୁଣ୍ଡ ସ୍କାନିଙ୍ଗ ହେବ , ଆମେ ରିସ୍କ ନେଇପାରିବୁ ନାହୁଁ କହି ରୋଗୀକୁ ବିଚଳିତ କରାଇଦେଇଥିଲେ । ତାପରେ ତିହିଡି ମେଡିକାଲର ଡାକ୍ତର ଦେଖିସାରିଲା ପରେ ଷ୍ଟିଚର ଆବଶ୍ୟକତା ନାହିଁ ଏହା ମାଇନର କହି ଏକ ଟିଟି ,ସାଲାଇନ ଏବଂ କିଛି ମେଡିସିନ ଦେଇ ଘରକୁ ପଠାଇଦେଇଥିଲେ । ଏଠାରେ କହିବା କଥା ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଏହି ଆୟୁଷ ଡାକ୍ତରମାନଙ୍କର ମାନସିକତା ଦେଖନ୍ତୁ । ଛୋଟ କ୍ଷତର ରିସ୍କ ନେବା ପାଇଁ ଚାହୁଁ ନାହାଁନ୍ତ । ତିହିଡି ଓ ଭଦ୍ରକକୁ ରେଫର କରିଦେଉଛନ୍ତି ।ଫାର୍ମାସିଷ୍ଟଙ୍କ ଅନୁପସ୍ଥିତରେ ଫାର୍ମାସିଷ୍ଟଙ୍କ କାମ କ’ଣ ଡାକ୍ତର କରିବେ ନାହିଁ ? ଏହା ମୂଳରେ ମୂଖ୍ୟ କାରଣ ହେଲା ଘରର ଗାର୍ଡିଆନର ଦାୟିତ୍ବହୀନତା । ତିହିଡି ମେଡିକାଲ ଅଫିସର ଯଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ବାରମ୍ବାର ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ବୁଝନ୍ତେ ହୁଏତ ଡାକ୍ତରମାନଙ୍କର ମାନସିକତା ପରିବର୍ତ୍ତନ ହୋଇଯାଆନ୍ତା । ପ୍ରାଥମିକ ଚିକିତ୍ସାଳୟମାନଙ୍କରେ ଏହା ଏକ ଦୈନନ୍ଦିନ ଘଟଣା । ବଳି ପଡୁଛନ୍ତି ଗ୍ରାମାଞ୍ଚଳର ଗରିବ ଲୋକମାନେ ।ବୁଦ୍ଧିଜୀବି ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି ।ପ୍ରତିକ୍ରିୟାରେ ତିହିଡି ମେଡିକାଲର ଇନଚାର୍ଯ ଡାକ୍ତର ଶୁଭକାନ୍ତ ଓଝା, ସେମିତି ଭୂଲ ନକରିବା ପାଇଁ ପିଏଚସି ମାନଙ୍କୁ ସତର୍କ କରାଇଛନ୍ତ ଏବଂ ତିହିଡି ମେଡିକାଲରେ କୃଷ୍ଣ ଚନ୍ଦ୍ର ମାଝୀଙ୍କର ଚିକିତ୍ସାର ସୁବନ୍ଦୋବସ୍ତ କରାଇଥିଲେ ।
