ବେମିସ ଅଲ ଭାରତ: ଭାରତର ୮୦ତମ ସ୍ୱାଧୀନତା ଦିବସରେ ବେଦାନ୍ତ ଆଲୁମିନିୟମ୍‌ର ‘ନିର୍ମାଣାଧୀନ ଭାରତ’ର ଯାତ୍ରାକୁ ସମ୍ମାନ

ବେମିସ ଅଲ ଭାରତ: ଭାରତର ୮୦ତମ ସ୍ୱାଧୀନତା ଦିବସରେ ବେଦାନ୍ତ ଆଲୁମିନିୟମ୍‌ର ‘ନିର୍ମାଣାଧୀନ ଭାରତ’ର ଯାତ୍ରାକୁ ସମ୍ମାନ l ଆଲୁମିନାରୁ ଆଲୁମିନିୟମ୍‌ରେ ରୂପାନ୍ତରଣ ଏବଂ ଭାରତର ନିର୍ମାଣ, ବିକାଶ ଓ ସମ୍ଭାବନାକୁ ପ୍ରଗତିରେ ପରିଣତ କରିବାର ଯାତ୍ରା ମଧ୍ୟରେ ସାମଞ୍ଜସ୍ୟ ସୃଷ୍ଟି କରୁଛି ଏହି ଅଭିଯାନ।ଭିତ୍ତିଭୂମି, ଗତିଶୀଳତା, ଅକ୍ଷୟ ଶକ୍ତି ଓ ଉନ୍ନତ ଉତ୍ପାଦନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଲୁମିନିୟମ୍‌ର ଭୂମିକା ସହିତ ଭାରତର ବିକାଶକୁ ଆଗେଇ ନେଉଥିବା ଲୋକବଳ ଓ ଦକ୍ଷତାକୁ ଗୁରୁତ୍ୱାରୋପ।ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ନିଜର #ବେମିସ ଅଲ ଭାରତ-ଇନ ଦ ମେକିଙ୍ଗ ଅଭିଯାନ ମାଧ୍ୟମରେ ଦେଶର ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇଛି। ଏହି ଅଭିଯାନରେ ଆଲୁମିନିୟମ୍, ପ୍ରଯୁକ୍ତି, ଦକ୍ଷତା ଓ ମାନବ ସମ୍ବଳ କିପରି ଏକ ଅଧିକ ସଶକ୍ତ, ଆତ୍ମନିର୍ଭର ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତ ଗଠନରେ ଭୂମିକା ନେଉଛନ୍ତି, ତାହାକୁ ଉପସ୍ଥାପନ କରାଯାଇଛି।‘‘ଭାରତ ର୍ନିମାଣ, ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ବିଚାରଧାରାକୁ ଆଧାର କରି ଏହି ଅଭିଯାନ ଆଲୁମିନାକୁ ଆଲୁମିନିୟମ୍‌ରେ ପରିଣତ କରିବାର ପ୍ରକ୍ରିୟା ଓ ଭାରତର ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ ଉତ୍ପାଦନ ଏବଂ ଅର୍ଥନୈତିକ ଶକ୍ତି ଭାବେ ନିରନ୍ତର ବିକାଶ ମଧ୍ୟରେ ଏକ ସୁନ୍ଦର ସାମଞ୍ଜସ୍ୟ ସୃଷ୍ଟି କରିଛି।#ବେମିଶ ଅଲ ଭାରତର ମୁଖ୍ୟ ବିଷୟବସ୍ତୁ ହେଉଛି ଭାରତର ଭବିଷ୍ୟତକୁ ଗଢ଼ୁଥିବା ଲୋକ, ଚିନ୍ତାଧାରା ଓ ନବସୃଜନର ଉତ୍ସବର ଉତ୍ପାଦନ କ୍ଷେତ୍ରର ଉତ୍କର୍ଷ, ଦକ୍ଷତା ବିକାଶ, ଜୀବିକା ଏବଂ ମହିଳାଙ୍କ ବଢ଼ୁଥିବା ଅଂଶଗ୍ରହଣ ଭଳି ବିଭିନ୍ନ ପ୍ରସଙ୍ଗର କାହାଣୀ ମାଧ୍ୟମରେ ଦେଶର ପ୍ରଗତିକୁ ଆଗେଇ ନେଉଥିବା ବିଭିନ୍ନ ଶକ୍ତିକୁ ଏହି ଅଭିଯାନ ଉଜାଗର କରିଛି।ଏହି ଚିନ୍ତାଧାରା ତିନିଟି ପ୍ରମୁଖ ବିଷୟବସ୍ତୁ ମାଧ୍ୟମରେ ପ୍ରକାଶ ପାଇଛି ଯଥା ଭବିଷ୍ୟତରେ ଜୀବନ ଗଢ଼ିବା, ଦକ୍ଷତାକୁ ଜୀବିକାରେ ଏବଂ ଶିକ୍ଷାକୁ ସୁଯୋଗରେ ପରିଣତ କରିବା) ଏବଂ ହାଲୁକା, ସ୍ମାର୍ଟ ଓ ଦାୟିତ୍ୱପୂର୍ଣ୍ଣ ପ୍ରଗତି। ଏହି ତିନୋଟି ବିଷୟ ଆଲୁମିନିୟମ୍‌କୁ କେବଳ ଏକ ଧାତୁ ଭାବେ ନୁହେଁ, ବରଂ ଭାରତର ବିକଶିତ ଆକାଂକ୍ଷାର ଏକ ମୂଳ ଉପାଦାନ ଏବଂ ନବସୃଜନ, ସ୍ଥାୟୀତ୍ୱ ଓ ମାନବକୈନ୍ଦ୍ରିକ ବିକାଶର ଏକ ଅନୁପ୍ରେରକ ଭାବେ ପ୍ରତିଷ୍ଠା କରୁଛି।ଅଭିଯାନର ଭିଡିଓ ଏଠାରେ ଦେଖାଯାଇପାରିବ: https://youtu.be/RHk474hgR0?si=_Hs4ivPVQDUn1K3Lଏହି ଅବସରରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜେଶ କୁମାର କହିଛନ୍ତି, “ଭାରତର ବିକାଶ ଯାତ୍ରା ଦେଶର ଲୋକଙ୍କ ଆକାଂକ୍ଷା, ପ୍ରତିଭା ଓ ଉଦ୍ୟମ ଦ୍ୱାରା ଆକାର ପାଉଛି। #ବେମିଶ ଅଲ ଭାରତ ମାଧ୍ୟମରେ ଆମେ ସେହି ଚିନ୍ତାଧାରା, ନବସୃଜନ ଓ ସାମୂହିକ ପ୍ରୟାସକୁ ସମ୍ମାନ ଜଣାଉଛୁ, ଯାହା ଦେଶକୁ ନିରନ୍ତର ଆଗକୁ ବଢ଼ାଉଛି। ଭିତ୍ତିଭୂମି, ଗତିଶୀଳତା, ଶକ୍ତି ଓ ଉତ୍ପାଦନ କ୍ଷେତ୍ର ପାଇଁ ଏକ ମୌଳିକ ଉପାଦାନ ଭାବେ ଆଲୁମିନିୟମ୍ ଭାରତର ବିକାଶକୁ ସକ୍ଷମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ବେଦାନ୍ତ ଆଲୁମିନିୟମ୍‌ରେ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ନବସୃଜନ ଓ ସ୍ଥାୟୀ ବିକାଶ ମାଧ୍ୟମରେ ବିକଶିତ ଭାରତର ଭିତ୍ତି ନିର୍ମାଣରେ ସହଯୋଗ କରିବାକୁ ଆମେ ପ୍ରତିବଦ୍ଧ।”ବେଦାନ୍ତ ଆଲୁମିନିୟମ୍‌ର ଝାରସୁଗୁଡ଼ା, ଲାଞ୍ଜିଗଡ଼, ଭବାନୀପାଟଣା, ରାୟଗଡ଼ା ଓ ବାଲକୋର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ #ବେମିଶ ଅଲ ଭାରତର ଭାବନା ପ୍ରତିଫଳିତ ହୋଇଥିଲା। କର୍ମଚାରୀ, ଛାତ୍ରଛାତ୍ରୀ ଓ ପାର୍ଶ୍ୱବର୍ତ୍ତୀ ସମୁଦାୟ ଏକାଠି ହୋଇ ଭାରତର ୮୦ତମ ସ୍ୱାଧୀନତା ଦିବସକୁ ଉତ୍ସାହର ସହ ପାଳନ କରିଥିଲେ।ଲାଞ୍ଜିଗଡ଼ରେ ଆଲୁମିନା ବ୍ୟବସାୟର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ହାଇ-ମାଷ୍ଟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପାରମ୍ପରିକ ପରେଡ୍ ଏବଂ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲ ରେ ମଧ୍ୟ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ସହିତ ଛଅଟି ପାର୍ଶ୍ୱବର୍ତ୍ତୀ ଗାଁର ୨୫୦ରୁ ଅଧିକ ପରିବାରରେ ‘ହର ଘର ତିରଙ୍ଗା’ ଅଭିଯାନ ପହଞ୍ଚିଥିଲା। ଭବାନୀପାଟଣା ଓ ରାୟଗଡ଼ାରେ ମଧ୍ୟ ପତାକା ଉତ୍ତୋଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଜାତୀୟ ଗର୍ବ ଓ ସାମୂହିକ ଉତ୍ସବର ଭାବନାକୁ ଦୃଢ଼ କରାଯାଇଥିଲା।ଝାରସୁଗୁଡ଼ା ଓ ବାଲକୋରେ ସ୍ୱାଧୀନତା ଦିବସ ପାଳନ ସହିତ ସୁରକ୍ଷା, ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ସ୍ଥାୟୀତ୍ୱକୁ କେନ୍ଦ୍ର କରି କର୍ମଚାରୀ ଓ ସମୁଦାୟକୈନ୍ଦ୍ରିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପାଇଁ ଅଗ୍ନି ନିରାପତ୍ତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ମହିଳା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ, ଡ୍ରାଇଭର ସହଯୋଗୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଫିଟନେସ୍ ଓ ସାମୁଦାୟିକ ଭାବନାକୁ ପ୍ରୋତ୍ସାହିତ କରୁଥିବା ରନ ଫର ଫ୍ରିଡମ ମିନି ମାରାଥନ୍ ଆୟୋଜିତ ହୋଇଥିଲା।ଏହା ସହିତ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। କର୍ମଚାରୀମାନଙ୍କୁ ନିଜ ଜନ୍ମଦିନରେ ଚାରା ରୋପଣ କରି ଏକ ସବୁଜ ଉତ୍ତରାଧିକାର ଛାଡ଼ିଯିବାକୁ ପ୍ରୋତ୍ସାହିତ କରାଯାଇଛି। ସୁରକ୍ଷା ଓ ଅନୁପାଳନ ସମ୍ପର୍କିତ ବ୍ୟବସାୟିକ ସହଯୋଗୀଙ୍କ ସହ ଆଲୋଚନା, ବ୍ୟାରାକ୍ ସୌନ୍ଦର୍ଯ୍ୟୀକରଣ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପଗୁଡ଼ିକ ସୁସ୍ଥତା, ଦଳଗତ ଭାବନା ଓ ସାମୂହିକ ଦାୟିତ୍ୱବୋଧର ସଂସ୍କୃତିକୁ ପ୍ରୋତ୍ସାହନ ଦେଇଥିଲା। ସାମଗ୍ରିକ ଭାବେ ଏହି ପଦକ୍ଷେପଗୁଡ଼ିକ ଏକ ଅଧିକ ସୁରକ୍ଷିତ, ସୁସ୍ଥ ଓ ସମାବେଶୀ ଭାରତ ଗଠନ ପ୍ରତି ବେଦାନ୍ତ ଆଲୁମିନିୟମ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।ଏହି ଉତ୍ସବ ମାଧ୍ୟମରେ #ବେମିଶ ଅଲ ଭାରତ କାର୍ଯ୍ୟକ୍ଷେତ୍ରର ସୀମା ଅତିକ୍ରମ କରି ଶ୍ରେଣୀକକ୍ଷ, ଦକ୍ଷତା ବିକାଶ କେନ୍ଦ୍ର ଓ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହା ଅଭିଯାନର ସେହି ବିଶ୍ୱାସକୁ ପ୍ରତିଫଳିତ କରିଛି ଯେ, ଲୋକ, ଦକ୍ଷତା, ପ୍ରଯୁକ୍ତି ଓ ସୁଯୋଗର ସମନ୍ୱିତ ପ୍ରୟାସରେ ହିଁ ଭାରତର ପ୍ରଗତି ନିର୍ମିତ ହୁଏ। ଏହି ପଦକ୍ଷେପଗୁଡ଼ିକ “ଭବିଷ୍ୟତ ଗଢ଼ି ଜୀବନ ଗଢ଼ିବା” ଏବଂ “ଦକ୍ଷତାକୁ ଜୀବିକାରେ ଓ ଶିକ୍ଷାକୁ ସୁଯୋଗରେ ପରିଣତ କରିବା” ଭଳି ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ସାକାର କରିଥିଲା।ଭାରତ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ବେଳେ, ବେଦାନ୍ତ ଆଲୁମିନିୟମ୍ ନବସୃଜନ, ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ଦକ୍ଷତା ବିକାଶ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଏହି ଯାତ୍ରାକୁ ସହଯୋଗ କରିବାକୁ ପ୍ରତିବଦ୍ଧ। ଏହା ଏକ ଆତ୍ମନିର୍ଭର ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବାରେ ନିଜର ଅବଦାନ ଜାରି ରଖିବ।

Leave a Reply

Your email address will not be published. Required fields are marked *