ଦୁନିଆଁ
ଦୁନିଆଁ
ଆମେ ବାସକରୁ ସମାଜ ମଧ୍ୟରେ
ଆମେ ସାମାଜିକ ପ୍ରାଣୀ
ଚଳଣି ସଂସ୍କୃତି ଆମର ମହାନ୍
ସମସ୍ତେ ପାଳନ୍ତି ଜାଣି।
ଜନମ ସମୟେ ଏନ୍ତୁଡ଼ିଶାଳ ରେ ଦରକାର ପଡେ ନିଆଁ
ମରଣ ପରେ ସତ୍ କାରସମୟେ ଜୁଇରେ ଲାଗଇ ନିଆଁ।
ଜନ୍ମ ମୃତ୍ୟୁ ରେ ନିଆଁ ର ଦରକାର
ନିଆଁ ରୂପେ ଅଗ୍ନି ଜାଣ
ଦୁଇଟି ନିଆଁ ରୁ ଦୁନିଆ ନାମଟି
ସଂସାର ମୁହଁରେ ଗଣ୍ୟ।
ମର୍ତ୍ତ୍ୟ ମଣ୍ଡଳର ଦୁନିଆ ଶବଦ ସରଗ ପାତାଳେ ନାହିଁ
ଜନମିଲେ ନର ଦୁନିଆ ମଧ୍ୟରେ କୀର୍ତ୍ତି ରଖିଥାଏ ତହିଁ।
ସରଗ ଦ୍ବାରରେ ଶବ ଦାହ ହୁଏ ବୈକୁଣ୍ଠ ଲଭିବା ପାଇଁ
ଜଗନ୍ନାଥ ଧାମେ ସ୍ବର୍ଗ ଦ୍ବାର ଥାଏ
ହରିକୃପା ଲଭେ ତହିଁ।

ପ୍ରକୃତି ବନ୍ଧୁ ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
