ଗ୍ୟାଙ୍ଗଟକରେ ସିକ୍କିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଗ୍ୟାଙ୍ଗଟକରେ ସିକ୍କିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ l ଶାନ୍ତି ଓ ଉଦ୍ୟୋଗ ପାଇଁ ପ୍ରସିଦ୍ଧ ସିକ୍କିମର ଦ୍ରୁତ ପ୍ରଗତି ଦେଖିବାକୁ ମିଳିଛି : ପ୍ରଧାନମନ୍ତ୍ରୀଯାତ୍ରା ସମୟରେ ମୁଁ ଯେଉଁ ସର୍ବୋତ୍କୃଷ୍ଟ ଜିନିଷ ଦେଖିଲି, ତାହା ହେଉଛି ସିକ୍କିମ ସଡ଼କଗୁଡ଼ିକର ପରିଚ୍ଛନ୍ନତା: ପ୍ରଧାନମନ୍ତ୍ରୀଦୃଷ୍ଟିଗୋଚର ହେଉଥିବା ସୀମାରେ କୌଣସି ଆବର୍ଜନା ନାହିଁ, ବାତାବରଣରେ ପରିଚ୍ଛନ୍ନତା, ରାସ୍ତାରେ ମଧ୍ୟ ସ୍ୱଚ୍ଛତା; ସିକ୍କିମର ଲୋକମାନେ ପ୍ରକୃତିର ପ୍ରକୃତ ରକ୍ଷକ, ଏହାର ବ୍ରାଣ୍ଡ ଆମ୍ବାସାଡର: ପ୍ରଧାନମନ୍ତ୍ରୀସିକ୍କିମରେ ସଂଯୋଗ ଓ ପାରିକଳ୍ପିକ ସଂରଚନା ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ; ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଏଠାରେ ଶତାଧିକ କିଲୋମିଟର ରାଜପଥ ନିର୍ମାଣ କରାଯାଇଛି, ପ୍ରତ୍ୟେକ ଗାଁକୁ ସଡ଼କ ସଂଯୋଗ କରିବାକୁ କାମ ଦ୍ରୁତ ଗତିରେ ଚାଲିଛି: ପ୍ରଧାନମନ୍ତ୍ରୀସିକ୍କିମ ପାଇଁ ସମ୍ଭାବନାର ଆଉ ଏକ ବିଶାଳ ଦିଗ କ୍ରୀଡା କ୍ଷେତ୍ରରେ ରହିଛି; ଏଠାକାର ଯୁବକମାନେ ବଡ଼ ମଞ୍ଚରେ ସେମାନଙ୍କର କ୍ଷମତା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି: ପ୍ରଧାନମନ୍ତ୍ରୀସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ, ଜନସାଧାରଣଙ୍କୁ ସୁଲଭ ଚିକିତ୍ସା ଉପଲବ୍ଧ କରାଇବା ପାଇଁ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀପୂର୍ବରୁ, ଆମେ ଗରିବ ଲୋକଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଥିଲୁ; ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କମାନେ ଏହି ସୁବିଧା ପାଉଛନ୍ତି, ଜନ ଔଷଧି କେନ୍ଦ୍ରଗୁଡ଼ିକରେ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ: ପ୍ରଧାନମନ୍ତ୍ରୀସିକ୍କିମର ଜୈବିକ ଓ ପ୍ରାକୃତିକ କୃଷି ମଡେଲ୍ ସମଗ୍ର ଦେଶ ପାଇଁ ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀସିକ୍କିମର ଜୀବନଶୈଳୀ ଓ ସିକ୍କିମର ସଙ୍କଳ୍ପ ଆଜି ଦେଶର ଦୃଷ୍ଟିକୋଣର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି: ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମର ଗ୍ୟାଙ୍ଗଟକରେ ସିକ୍କିମର ୫୦ ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବ ପାଳନ ସମାପନୀ ସମାରୋହରେ ହଜାର ହଜାର କୋଟି ଟଙ୍କାର ୩୦ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।ପାଲଜୋର ଷ୍ଟାଡିୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଜ୍ୟ ସହିତ ଥିବା ତାଙ୍କର ଗଭୀର ସମ୍ପର୍କ ପ୍ରକାଶ କରିଛନ୍ତି। ଅର୍କିଡ୍ ଉଦ୍ୟାନ ପରିଦର୍ଶନ କରିବାର ତାଙ୍କର ଅନୁଭବ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ପ୍ରକୃତିର ସ୍ପନ୍ଦନଶୀଳ ରଙ୍ଗ ଏବଂ ଉଲ୍ଲାସରେ ଆକର୍ଷିତ ହୋଇଛନ୍ତି। ରାଜ୍ୟର ପ୍ରାକୃତିକ ସମ୍ପଦ ବିଷୟରେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଛନ୍ତି ଯେ, ସିକ୍କିମର ପୂର୍ବ ସ୍ୱର୍ଗ, ଯାହା ଅର୍କିଡ୍ ଉଦ୍ୟାନ ଭାବରେ ଜଣାଶୁଣା, ଏକ ଅଦ୍ଭୁତ ସୌନ୍ଦର୍ଯ୍ୟ, ଶାନ୍ତି ଏବଂ ଆଧ୍ୟାତ୍ମିକ ଆନନ୍ଦ ପ୍ରଦାନ କରେ। “ଏହି ଅନୁଭବ କେବଳ ଭାଗ୍ୟରେ ଥିଲେ ମିଳେ। ‘’ମୋର ମନ ଏବେ ମଧ୍ୟ ସେହି ରଙ୍ଗ ଓ ସେମାନଙ୍କର ଉତ୍ସବରେ ମଗ୍ନ ରହିଛି,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ସିକ୍କିମର ୫୦ ବର୍ଷର ଯାତ୍ରାକୁ ଏକ ଦିବ୍ୟ ପରିବେଶରେ ପାଳନ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯେତେବେଳେ ଏକ ଅବସର ଏତେ ଐତିହାସିକ ହୋଇଥାଏ ଓ ଏପରି ଦିବ୍ୟ ପରିବେଶରେ ଘଟେ, ଏହାର ଗୌରବ ଅନେକ ଗୁଣ ବୃଦ୍ଧି ପାଏ। ସେ କହିଛନ୍ତି ଯେ, ସାଂସ୍କୃତିକ କାର୍ଯ୍ୟକ୍ରମ, କଳାକାରଙ୍କ ମନୋରମ ପ୍ରଦର୍ଶନ, ଲୋକଙ୍କ ଉତ୍ସାହ ଏବଂ ପର୍ବତ ଓ ଆକାଶର ସୁନ୍ଦର ଦୃଶ୍ୟ ପାଲଜୋର ଷ୍ଟାଡିୟମରେ ଏକ ଯାଦୁକରୀ ପରିବେଶ ସୃଷ୍ଟି କରିଛି। “ଏହା ଏପରି ଅନୁଭବ ହୋଇଛି ଯେପରି ପ୍ରକୃତି ଏବଂ ସଂସ୍କୃତି ଏକାଠି ମିଶିଯାଇଛନ୍ତି। ଏହି ସ୍ମୃତିଗୁଡ଼ିକ ମୋ ହୃଦୟରେ ଚିରକାଳ ସ୍ମରଣୀୟ ରହିବ,” ବୋଲି ଶ୍ରୀ ମୋଦୀ କହିଛନ୍ତି।ସିକ୍କିମରେ ପହଞ୍ଚିବା ପରେ ନିଜର ଖୁସି ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ବ ଗସ୍ତକୁ ସ୍ମରଣ କରିଥିଲେ, ଯେତେବେଳେ ଖରାପ ପାଣିପାଗ ତାଙ୍କୁ ଗ୍ୟାଙ୍ଗଟକରେ ପହଞ୍ଚିବାରେ ବାଧା ଦେଇଥିଲା ଏବଂ ତାଙ୍କୁ ବାଗଡୋଗ୍ରାରୁ ଅନଲାଇନରେ ସଂଯୋଗ କରିବାକୁ ପଡିଥିଲା। ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ନ ମିଶିପାରିବାର ନିରାଶା ତାଙ୍କ ମନରେ ରହିଯାଇଥିଲା ଏବଂ ସେ ଏହି ସୁଯୋଗ ପାଇଁ ଅପେକ୍ଷା କରିଥିଲେ। “ଆଜି ଏହି ଅବସର ମାଧ୍ୟମରେ ସେହି ଅପେକ୍ଷା ପୂରଣ ହୋଇଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ସିକ୍କିମର ଲୋକମାନଙ୍କୁ ଭେଟିବାର ଅନନ୍ୟ ଅନୁଭୂତି ବିଷୟରେ ସ୍ନେହପୂର୍ଣ୍ଣ ଭାବରେ କଥା ହୋଇଛନ୍ତି, ଯେଉଁମାନଙ୍କର ସରଳତା, ସହଜ ସ୍ୱଭାବ ଓ ହସୁଥିବା ମୁହଁ ସର୍ବଦା ତାଙ୍କୁ ଶାନ୍ତି ପ୍ରଦାନ କରିଥାଏ। ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ, ସେ ସିକ୍କିମର ଅନେକ ପ୍ରତିଭାବାନ ଲୋକଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି। “ସିକ୍କିମର ଲୋକମାନଙ୍କୁ ଭେଟିବା ମୋତେ ସର୍ବଦା ଏକ ଭିନ୍ନ ପ୍ରକାରର ସନ୍ତୋଷ ଦିଏ,” ବୋଲି ଶ୍ରୀ ମୋଦୀ କହିଛନ୍ତି।ପୂର୍ବ ସନ୍ଧ୍ୟାର ରୋଡଶୋ’କୁ ସ୍ପଷ୍ଟ ଭାବରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଅବିସ୍ମରଣୀୟ ଅନୁଭବ ବୋଲି ବର୍ଣ୍ଣନା କରିଛନ୍ତି। ଗାଞ୍ଜୁ ଲାମା ଦ୍ୱାରରୁ ଲୋକ ଭବନ ପର୍ଯ୍ୟନ୍ତ, ସିକ୍କିମର ଲୋକମାନେ ବିପୁଳ ସଂଖ୍ୟାରେ ସେମାନଙ୍କର ସ୍ନେହ ଢାଳି ଦେଇଥିଲେ। ପ୍ରତ୍ୟେକେ ନିଜ ନିଜ ପୋଷାକ, ସଙ୍ଗୀତ ଏବଂ ପରମ୍ପରା ସହିତ ୨୧ଟି ଜାତିଗତ ସମ୍ପ୍ରଦାୟ ଅଂଶଗ୍ରହଣ କରିଥିଲେ। ସମଗ୍ର ପରିବେଶ ଏକ ମହାନ ମହୋତ୍ସବରେ ପରିଣତ ହୋଇଥିଲା। “ଏହି ଦୃଶ୍ୟ ପ୍ରକୃତିର କୋଳରେ ବିଭିନ୍ନ ରଙ୍ଗ ଫୁଟିଉଠିବା ପରି ଲାଗୁଥିଲା, ଲୋକମାନଙ୍କ ହାତରେ ଆମର ପ୍ରିୟ ତ୍ରିରଙ୍ଗା ଓ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍’ ର ଧ୍ୱନି ପ୍ରତିଫଳିତ ହେଉଥିଲା; ସମଗ୍ର ପରିବେଶ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରତିଫଳିତ କରୁଥିଲା” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।ପ୍ରଧାନମନ୍ତ୍ରୀ ବହୁ ସଂଖ୍ୟାରେ ଆସିଥିବା ମହିଳା, ପିଲା ଏବଂ ବୟସ୍କ ନାଗରିକଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି। ସବୁଠୁ ଅଧିକ ଯାହା ତାଙ୍କୁ ପ୍ରଭାବିତ କରିଥିଲା, ତାହା ହେଉଛି ସିକ୍କିମ ସଡ଼କଗୁଡ଼ିକ ପରିଚ୍ଛନ୍ନତା-କୌଣସି ସ୍ଥାନରେ ଆବର୍ଜନା ଦେଖାଯାଉ ନଥିଲା, ବାତାବରଣ ଓ ସଡ଼କ ଉଭୟରେ ସ୍ୱଚ୍ଛତା ଦେଖାଯାଉଥିଲା। “ଆପଣମାନେ ପ୍ରକୃତିର ଅତୁଟ ରକ୍ଷକ ଓ ବ୍ରାଣ୍ଡ ଆମ୍ବାସାଡର,” ବୋଲି ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।ରୋଡ୍‌ଶୋ’ ଓ ଏହି ଉତ୍ସବ ପାଇଁ କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକ ଓ ଶିଳ୍ପୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଏଥିସହିତ ସିକ୍କିମର ଜନସାଧାରଣଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଏହି ମହୋତ୍ସବର ଅଭିନନ୍ଦନ ଜଣାଇଛନ୍ତି। ସମାବେଶରେ ଏକ ଦୃଢ ପ୍ରତିବଦ୍ଧତାର ଆଶ୍ୱାସନା ଦେଇ ଶ୍ରୀ ମୋଦୀ କହିଛନ୍ତି “ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ, ମୁଁ ଆପଣଙ୍କ ପ୍ରେମ, ସ୍ନେହ ଓ ଆଶୀର୍ବାଦର ଏହି ଋଣ ପରିଶୋଧ କରିବାରେ କୌଣସି ପ୍ରୟାସ ହାତ ଛଡା କରିବି ନାହିଁ।”ସିକ୍କିମର ଯାତ୍ରାକୁ ଐତିହ୍ୟ ସହିତ ମାନବିକ ମୂଲ୍ୟବୋଧ ଓ ବିକାଶର ଏକ ଯାତ୍ରା ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏହି ଯାତ୍ରାକୁ ଆଗକୁ ବଢ଼ାଇବାରେ ଅନେକ ପିଢ଼ିର ପ୍ରୟାସକୁ ସ୍ୱୀକାର କରିଛନ୍ତି। ରାଜ୍ୟ ସରକାର ସିକ୍କିମର ଐତିହ୍ୟକୁ ସଂରକ୍ଷଣ ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କାର୍ଯ୍ୟ କରୁଛି। ସରକାରଙ୍କ ପାଇଁ, ସିକ୍କିମ ଏବଂ ଉତ୍ତର-ପୂର୍ବ କେବଳ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ ବରଂ ଭାରତର ‘ଅଷ୍ଟ ଲକ୍ଷ୍ମୀ’ର ପ୍ରତୀକ ଅଟେ। “ସେଥିପାଇଁ, ‘ଆକ୍ଟ ଇଷ୍ଟ’ ନୀତି ଉପରେ କାମ କରିବା ସମୟରେ, ଆମେ ଉତ୍ତର-ପୂର୍ବ ପାଇଁ ‘ଆକ୍ଟ ଫାଷ୍ଟ’ ର ସଂକଳ୍ପ ମଧ୍ୟ ନେଇଛୁ”, ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ହଜାର ହଜାର କୋଟି ଟଙ୍କାର ୩୦ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି, ଯେଉଁଥିରେ ସଡ଼କ, ବିଦ୍ୟୁତ୍, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ। ୨୦୨୩ ପରେ ଉତ୍ତର ସିକ୍କିମ ଅଞ୍ଚଳରେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକ ଉପରେ, ବିଶେଷକରି ପ୍ରଭାବିତ ହୋଇଥିବା ସଂଯୋଗୀକରଣକୁ ପୁନଃସ୍ଥାପନ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। “ଯେଉଁଠାରେ ଏହା ପ୍ରଭାବିତ ହୋଇଥିଲା ସେଠାରେ ଆମେ ସଂଯୋଗୀକରଣକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇଛୁ,” ବୋଲି ଶ୍ରୀ ମୋଦୀ କହିଛନ୍ତି।ପର୍ଯ୍ୟଟନ ଅର୍ଥନୀତିକୁ ସିକ୍କିମର ସର୍ବବୃହତ ଶକ୍ତି ଭାବରେ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଭାରତର ଭୌଗୋଳିକ କ୍ଷେତ୍ରଫଳର ଏକ ପ୍ରତିଶତରୁ କମ୍ ଥିବା ସତ୍ତ୍ୱେ, ସିକ୍କିମ ଦେଶର ୨୫ ପ୍ରତିଶତରୁ ଅଧିକ ଜାତିର ପୁଷ୍ପ, ପ୍ରାୟ ୫୦୦ ପକ୍ଷୀ ପ୍ରଜାତି, ପ୍ରାୟ ୭୦୦ ପ୍ରଜାପତି ପ୍ରଜାତି, ସୁନ୍ଦର ବନାଞ୍ଚଳ ଓ ଭବ୍ୟ କାଞ୍ଚନଞ୍ଜଙ୍ଗା ପର୍ବତକୁ ଆଶ୍ରୟ କରେ। “ଏତେ ସବୁ ଥିବାରୁ, ସମସ୍ତେ ସିକ୍କିମକୁ ବାରମ୍ବାର ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିକ୍କିମରେ ପର୍ଯ୍ୟଟନ କ୍ଷେତ୍ର ବହୁ ସଂଖ୍ୟକ ଲୋକଙ୍କୁ ଆୟ ପ୍ରଦାନ କରେ ଏବଂ ପର୍ଯ୍ୟଟନ କେବଳ ସେତେବେଳେ ସମୃଦ୍ଧ ହୁଏ ଯେତେବେଳେ ଏକ ରାଜ୍ୟରେ ଉତ୍କୃଷ୍ଟ ଭିତ୍ତିଭୂମି ଥାଏ। ଗତ ବର୍ଷଗୁଡ଼ିକରେ ଶହ ଶହ କିଲୋମିଟର ରାଜପଥ ନିର୍ମାଣ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମକୁ ରାସ୍ତା ବିସ୍ତାର କରିବା ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଆଧୁନିକ ଭିତ୍ତିଭୂମି ଯାହା ପୂର୍ବରୁ ଅକଳ୍ପନୀୟ ଥିଲା ତାହା ଏବେ ବାସ୍ତବତାରେ ପରିଣତ ହେଉଛି। “ସେଥିପାଇଁ ଆମେ ସିକ୍କିମର ସଂଯୋଗୀକରଣ ଏବଂ ଭିତ୍ତିଭୂମି ଉପରେ ସର୍ବାଧିକ ଧ୍ୟାନ ଦେଉଛୁ,” ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।ପ୍ରମୁଖ ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବାଗଡୋଗ୍ରା-ଗାଙ୍ଗଟକ୍ ଏକ୍ସପ୍ରେସୱେ ଏବଂ ସେଭୋକ୍-ରାଙ୍ଗପୋ ରେଳ ଲାଇନକୁ ସମଗ୍ର ଦେଶ ସହିତ ସିକ୍କିମକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ ଉଲ୍ଲେଖ କରିଛନ୍ତି। ନୂତନ ଜାତୀୟ ରାଜପଥ ନିର୍ମାଣ କରାଯାଉଛି ଏବଂ ଗାଙ୍ଗଟକ୍ ଭଳି ସହରରେ ରିଙ୍ଗ ରୋଡ୍ ଭଳି ଅତ୍ୟାବଶ୍ୟକ ଭବିଷ୍ୟତମୁଖୀ ପ୍ରକଳ୍ପଗୁଡ଼ିକ ମଧ୍ୟ ଅଗ୍ରଗତି କରୁଛି। “କାର୍ଯ୍ୟ ଏହି ଦିଗରେ ମଧ୍ୟ ଆଗକୁ ବଢ଼ୁଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ସେଭୋକ୍-ରାଙ୍ଗପୋ ରେଳ ଲାଇନର ଉଦାହରଣ ଦେଇ, ଯାହାକୁ ୨୦୦୯-୦୯ ରେ ଅନୁମୋଦନ ମିଳିଥିଲା କିନ୍ତୁ କୌଣସି ଭୂମିସ୍ତା କାର୍ଯ୍ୟ ଛଡା ଫାଇଲରେ ଅଟକି ରହିଥିଲା, ସେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ବିକାଶ ପୁନର୍ବାର ଗତିଶୀଳ ହୋଇଛି। “ପ୍ରଥମ ଥର ପାଇଁ, ସିକ୍କିମରେ ରେଳପଥ ପହଞ୍ଚିବାରେ ଲାଗିଛି,” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାଲେଧୁଙ୍ଗା, ୟେନ୍-ୟେଙ୍ଗ ଏବଂ ପେଲିଙ୍ଗରେ ରୋପୱେ ନିର୍ମାଣ, ଭାଲେଧୁଙ୍ଗାରେ ଏକ ସ୍କାଏୱାକ୍ ନିର୍ମାଣ ଏବଂ ସିଂଶୋର ସେତୁରେ ଏକ ଗ୍ଲାସ୍ ଡେକ୍ ସ୍କାଏୱାକ୍ ପାଇଁ ପ୍ରସ୍ତୁତିକୁ ଅଭିନବ ଚିନ୍ତାଧାରାର ଉଦାହରଣ ଭାବରେ ଉଲ୍ଲେଖ କରିଛନ୍ତି। ନାଥୁଲା ଏବଂ ନାମଲି ଭଳି ସ୍ଥାନରେ ସୀମାଞ୍ଚଳରେ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। “ଏହି ପ୍ରୟାସଗୁଡ଼ିକ ଆପଣଙ୍କ ଜୀବନକୁ ସହଜ କରିବ, ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବ, ଆପଣଙ୍କ ଆୟ ବୃଦ୍ଧି କରିବ ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ,” ବୋଲି ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିକ୍କିମରେ ଇକୋ-ୱେଲନେସ୍ ପର୍ଯ୍ୟଟନ ପାଇଁ ବିଶାଳ ସମ୍ଭାବନା ରହିଛି ଏବଂ ସରକାର ଏହାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ସର୍ବାଧିକ ପର୍ଯ୍ୟଟନ ଆୟ ସୁନିଶ୍ଚିତ କରିବା ପାଇଁ, ୧,୦୦୦ହୋମଷ୍ଟେ ନିର୍ମାଣ କରାଯାଉଛି ଏବଂ ଏଥିସହିତ ଦୁଃସାହସିକ ପର୍ଯ୍ୟଟନ ପାଇଁ ଭିତ୍ତିଭୂମିକୁ ସମର୍ଥନ କରାଯାଉଛି। “ଆମେ ପର୍ଯ୍ୟଟନରୁ ସିଧାସଳଖ ଲାଭ ଉଠାଇବା ନିମନ୍ତେ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ସୁଯୋଗ ସୃଷ୍ଟି କରୁଛୁ,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ସିକ୍କିମ ପାଇଁ କ୍ରୀଡାକୁ ଅପାର ସମ୍ଭାବନାର ଆଉ ଏକ ମାର୍ଗ ଭାବରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଫୁଟବଲ୍, ବକ୍ସିଂ ଏବଂ ଧନୁର୍ବିଦ୍ୟା ଆଦି ପ୍ରମୁଖ ପ୍ଲାଟଫର୍ମରେ ନିଜର କ୍ଷମତା ଏବଂ ପ୍ରତିଭା ପ୍ରମାଣିତ କରିଥିବା ଯୁବପିଢ଼ିଙ୍କୁ ପ୍ରଶଂସା କରିଛନ୍ତି, ଯାହା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛି। “ଆପଣଙ୍କ ଯୁବ ପ୍ରତିଭା ସିକ୍କିମ ଓ ଭାରତକୁ ଗର୍ବିତ କରିଛି,” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସିକ୍କିମର ଅସାଧାରଣ ଖେଳ ପ୍ରତିଭାକୁ ଅଧିକ ପୋଷଣ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ ଓ ‘ଫିଟ୍ ଇଣ୍ଡିଆ’ ଅଭିଯାନ ମାଧ୍ୟମରେ ସରକାରଙ୍କ ବହୁମୁଖୀ ପଦକ୍ଷେପକୁ ଉଲ୍ଲେଖ କରିଛନ୍ତି। ରାଜ୍ୟ କ୍ରୀଡା ଏକାଡେମିର ପୁନରୁତ୍ଥାନ, ସିକ୍କିମ ପ୍ରିମିୟର ଲିଗ ପରି କାର୍ଯ୍ୟକ୍ରମଗୁଡିକର ପ୍ରୋତ୍ସାହନ, ଏବଂ ଜସ୍ ଲାଲ ପ୍ରଧାନଙ୍କ ନାମରେ ଆଧୁନିକ ବକ୍ସିଙ୍ଗ ଏକାଡେମୀ ସହିତ ଏକତ୍ରିତ କ୍ରୀଡା ଓ ସଂସ୍କୃତି ଗ୍ରାମ ପରି ପ୍ରକଳ୍ପଗୁଡିକ ମାଧ୍ୟମରେ ରାଜ୍ୟ ଉତ୍କୃଷ୍ଟ କ୍ରୀଡା ପୂର୍ବାଧାର ପ୍ରଦାନ କରିବାକୁ ପ୍ରସ୍ତୁତ। “ଏଗୁଡ଼ିକ ସିକ୍କିମର ଯୁବକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବ ଏବଂ ସେମାନଙ୍କୁ ସେମାନଙ୍କ କ୍ରୀଡାରେ ଆହୁରି ଉଜ୍ଜ୍ୱଳ ହେବାରେ ସାହାଯ୍ୟ କରିବ,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଆଜି ଉଦଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ କାର୍ଯ୍ୟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ପୂର୍ବ ସମୟକୁ ସ୍ମରଣ କରିଛନ୍ତି, ଯେତେବେଳେ ସୀମିତ ସ୍ୱାସ୍ଥ୍ୟ ସେବା କାରଣରୁ ପର୍ଯ୍ୟଟକମାନେ ମଧ୍ୟ ଆସିବାକୁ ଏଡ଼ାଉଥିଲେ ଏବଂ ଏଥିସହିତ ବର୍ତ୍ତମାନ ଘଟିଥିବା ପରିବର୍ତ୍ତନକୁ ଉଲ୍ଲେଖ କରିଛନ୍ତି। “ଆଜି ସେହି ସମସ୍ୟା ମଧ୍ୟ ଶେଷ ହେଉଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସିକ୍କିମରେ ବର୍ତ୍ତମାନ ପ୍ରାୟ ୨୦୦ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ କରୁଛି, ଚାରୋଟି ଜିଲ୍ଲା ହସ୍ପିଟାଲ, ତୃତୀୟ ସ୍ତରୀୟ ଚିକିତ୍ସା ହସ୍ପିଟାଲ ଏବଂ ସୁସ୍ଥତା କେନ୍ଦ୍ର ସହିତ ହଜାର ହଜାର ଲୋକ ଆୟୁଷ ସୁବିଧାରୁ ଉପକୃତ ହେଉଛନ୍ତି। “ଡ୍ରେଜୋଙ୍ଗ ନାମଗ୍ୟାଲ ସୋୱା ରିଗପା ହସ୍ପିଟାଲର ଉଦଘାଟନ ସହିତ, ସିକ୍କିମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅତିରିକ୍ତ ପ୍ରୋତ୍ସାହନ ମିଳିବ,” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ସୁଲଭ ଚିକିତ୍ସା ସେବା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ପ୍ରାରମ୍ଭରେ, ମାଗଣା ଚିକିତ୍ସା ପାଇଁ ଗରିବ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଯୋଗାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହି ସୁବିଧା ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଉଛି, ଏଥିସହିତ ଜନ ଔଷଧି କେନ୍ଦ୍ରଗୁଡ଼ିକରେ ଔଷଧ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ। “ଏହି ପ୍ରୟାସଗୁଡ଼ିକ କେବଳ ଆପଣଙ୍କ ଜୀବନକୁ ସହଜ କରିନାହିଁ ବରଂ ଆପଣଙ୍କ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଲକ୍ଷ୍ୟ କରିଛନ୍ତି ଯେ, ଆର୍ଥିକ ପ୍ରଗତି ଏବଂ ସମ୍ପଦ ବିଷୟରେ ବିଶ୍ୱର ଦୃଷ୍ଟିକୋଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ବିଶ୍ୱ ଏବେ ସ୍ଥାୟୀ ଜୀବନଶୈଳୀ, ସ୍ୱଚ୍ଛ ଶକ୍ତି ଏବଂ ଜୈବିକ ଖାଦ୍ୟ ଉପରେ ଧ୍ୟାନ ଦେଉଛି। ସେ ଖୁସି ପ୍ରକାଶ କରିଛନ୍ତି ଯେ, ଉତ୍ତର-ପୂର୍ବ ଅଞ୍ଚଳ ଓ ସିକ୍କିମ ଏହି ଭବିଷ୍ୟତମୁଖୀ ବିକାଶର ମୁଖ୍ୟ କେନ୍ଦ୍ର ହେଉଛି ଏବଂ ସିକ୍କିମ ସମଗ୍ର ଦେଶକୁ ଦିଗଦର୍ଶନ ଦେଇଛି। “୨୦୧୬ରେ ସିକ୍କିମ ନିଜକୁ ସମ୍ପୂର୍ଣ୍ଣ ଅର୍ଗାନିକ ରାଜ୍ୟ ଭାବେ ଘୋଷଣା କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।ଜୈବିକ କୃଷିରେ ସିକ୍କିମର ଅଗ୍ରଣୀ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଡେମାଜୋଙ୍ଗ ଏବେ କେବଳ ଚାଉଳ ଉତ୍ପାଦନ ପାଇଁ ନୁହେଁ ବରଂ ଜୈବିକ ଚାଉଳ ପାଇଁ ଜଣାଶୁଣା। ବଡ଼ ଅଳେଇଚ, ଅଦା, ହଳଦୀ, ଆଭୋକାଡୋ ଏବଂ କିୱି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚୁଛି, ଯେତେବେଳେ ଶହ ଶହ ପ୍ରଜାତିର ଔଷଧୀୟ ଉଦ୍ଭିଦ ସ୍ଥାନୀୟ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜୈବିକ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା କରାଯାଇଛି, ଯାହା ଚାଷୀମାନଙ୍କୁ ସିଧାସଳଖ ବଜାର ପ୍ରବେଶ ପ୍ରଦାନ କରୁଛି। “ସିକ୍କିମର ଜୈବିକ ଏବଂ ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ପ୍ରେରଣା। ଆପଣଙ୍କର ଜୀବନଶୈଳୀ ଏବଂ ସଂକଳ୍ପ ଦେଶର ଦୃଷ୍ଟିକୋଣର ଅଂଶ ପାଲଟିଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ସିକ୍କିମର ଆର୍ଥିକ ପ୍ରଗତିରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, କିପରି ଡିଜିଟାଲ ଇଣ୍ଡିଆ ସେମାନଙ୍କର ଉତ୍ପାଦଗୁଡ଼ିକୁ ବୃହତ ବଜାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। “‘ସ୍ୱୟଂ ସିକ୍କିମ’ ଭଳି ପ୍ଲାଟଫର୍ମ ଆଜି ଏହି ମହିଳାମାନଙ୍କୁ ସଶକ୍ତ କରୁଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ସିକ୍କିମର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିପୁଳ ସମ୍ଭାବନାର ଉଲ୍ଲେଖ କରିଛନ୍ତି, ଯାହାକୁ ପରିବେଶ ସଂରକ୍ଷଣ ସହିତ ବ୍ୟବହାର କରାଯିବା ଉଚିତ। ପରିବେଶ ସଂରକ୍ଷଣ ସିକ୍କିମର ଲୋକଙ୍କ ସ୍ୱଭାବରେ ଥିବା ସ୍ୱୀକାର କରି, ସେ ‘ଏକ ପେଡ୍‌ ମା’ କେ ନାମ’ ଅଭିଯାନ ଏବଂ ସ୍ଥାନୀୟ ଭାବରେ ପରିଚାଳିତ ‘ମେରୋ ରୁଖ୍ ମେରୋ ସାନ୍ତାତି’ ଅଭିଯାନରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି, ଯାହା ଅଧୀନରେ ପ୍ରତ୍ୟେକ ଶିଶୁର ଜନ୍ମ ସମୟରେ ୧୦୯ ଟି ଗଛ ଲଗାଯାଇଥାଏ। “ମୁଁ ବିଶ୍ୱାସ କରେ ଯେ, ଏହି ପଦକ୍ଷେପ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା,” ବୋଲି ଶ୍ରୀ ମୋଦୀ କହିଛନ୍ତି।ସମସ୍ତଙ୍କୁ ସେହି ଉତ୍ସାହ ଓ ସମର୍ପଣ ସହିତ ପରିବେଶ ସୁରକ୍ଷା ପ୍ରୟାସ ଜାରି ରଖିବାକୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଐତିହ୍ୟ ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରହିବା ଆବଶ୍ୟକ। “ଏହା ଆମର ଐତିହ୍ୟ ଯାହାକୁ ଆମେ ଭବିଷ୍ୟତ ପିଢ଼ି ପାଇଁ ରକ୍ଷା କରିବା ଉଚିତ,” ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।ତାଙ୍କ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ସିକ୍କିମର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିକଶିତ ଭାରତର ସ୍ୱପ୍ନରେ ଯୋଗଦାନ ଦେବା ପାଇଁ ସାମୂହିକ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି। ଏହି ସଂକଳ୍ପ ସହିତ ସିକ୍କିମକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରି, ସେ ଏହି ଅବସରରେ ସମସ୍ତଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି। “ମୁଁ ଆପଣମାନଙ୍କ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ନିରନ୍ତର ସମୃଦ୍ଧି କାମନା କରୁଛି,” ବୋଲି କହି ଶ୍ରୀ ମୋଦୀ ଉଦ୍‌ବୋଧନ ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed