ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ବେଆଇନ କେନ୍ଦ୍ରୀୟ ନିର୍ବାଚନ
” “*ଆସିକା:-୨୬/୦୭/୨୦୨୪ କେନ୍ଦ୍ରୀୟ କାର୍ଯ୍ୟଳୟ ଆସିକା କଳିଙ୍ଗ ରୋଡ ସ୍ଥିତ ଅଫିସ ରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନ୍ ଜିବି ତଥା ପୂର୍ବତନ ସଂଗଠକ ଶ୍ରୀ ଯୁକ୍ତ ଭାସ୍କର ସ୍ବାଇଁ ଙ୍କ ସଭାପତିତ୍ବ ରେ କେନ୍ଦ୍ରୀୟ କାର୍ଯ୍ୟଳୟ ଆସିକା ଠାରେ ବହୁ ଆଇନ ଜିବି ମାନଙ୍କ ସହ ମଣ୍ଡଳ ସଭାପତି ଯଥା:- ଜକର, ସିଆଳିଆ, ଗହଙ୍ଗୁ, ଖଲିଙ୍ଗି ଏବଂ କେତେକ କେନ୍ଦ୍ର ସଦସ୍ୟ ମାନଙ୍କୁ ନେଇ ବରଗାଁ ମଣ୍ଡଳର ପଲ୍ଲୀ ପରିଷଦ ସଭାପତି ମାନଙ୍କ ସହ ସମ୍ବିଧାନ ଆଲୋଚନା କରାଯାଇଥିଲା। ଚଳିତ ୨୦୨୪ ନିର୍ବାଚନ କାର୍ଯ୍ୟ ରେ ଶୃଙ୍ଖଳିତ ଭାବରେ ନିର୍ବାଚନ ନ କରି ପାରି ଓ ସମ୍ବିଧାନ କୁ ଉପେକ୍ଷା କରି ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ନାହାକ ନିର୍ବାଚନ କରି ଚାଲି ଥିବା ଏବଂ କୂଳାଧିପତି ଶ୍ରୀ ଯୁକ୍ତ ପ୍ରହଲ୍ଲାଦ ଲେଙ୍କା ମୂଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଦାୟିତ୍ଵ ନେଇ ନିଜେ ନିର୍ବାଚନ କରିଥିବା ଆଜିର ବୈଠକରେ ଆଲୋଚନା ହୋଇଥିଲା ଏଥିର ବିଶୃଙ୍ଖଳା ରେ ନିଜେ କୂଳାଧିପତି କୁ ବୈଠକରେ ଦୋଷାରୋପ କରାଯାଇଥିଲା କାରଣ ଆଜିର ବୈଠକରେ ଅନୁପସ୍ଥିତ ରହି କୈାଣସି ମତାମତ ରଖିବା ଓ ନିଜେ ପୁନଃ ସଭାପତି ଦାୟିତ୍ୱ ରେ ରହିବା ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବୈଠକ ର ଦୃଷ୍ଟି କୁ ଆସିଥିଲା ଏଣୁ ଶ୍ରୀ ଲେଙ୍କା ଆଗାମୀ ଦିନରେ ଜିଲ୍ଲା ସଭାପତି ଭାବେ ନିର୍ବାଚନ ରେ ପ୍ରାର୍ଥୀ ହୋଇ ନ ପାରିବା ଉକ୍ତ ବୈଠକରେ ନିଷ୍ପତି ନିଆଗଲା। ଉକ୍ତ ନିଷ୍ପତ୍ତି କୁ କାର୍ଯ୍ୟ କାରୀ କରିବା ପାଇଁ ସମସ୍ତ ମଣ୍ଡଳ ସଭାପତି ଓ କେନ୍ଦ୍ର ସଦସ୍ୟ ମାନଙ୍କୁ ଅବଗତ କରାଇ ଦିଆଗଲା। ବୈଠକରେ ମୂଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ନ ରହିବା ଏବଂ ସମ୍ବିଧାନ କୁ ଉଲଂଘନ କରି ନିର୍ବାଚନ କରିବା ଦୋଷାବହ କାର୍ଯ୍ୟ ଅଟେ ତେଣୁ ଆଗାମୀ ଦିନର କେନ୍ଦ୍ରୀୟ ନିର୍ବାଚନ କାର୍ଯ୍ୟ କ୍ରମକୁ ଅର୍ଥାତ୍ ୨୮/୦୭/୨୦୨୪ ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ ଆଜିର ବୈଠକରେ ସାଧାରଣ ସଂପାଦକ ଦ୍ବାରା ଜଣାଇ ଦିଆଗଲା ଏବଂ ଉକ୍ତ କାର୍ଯ୍ୟକ୍ରମ କୁ ସଚେତକ ମଣ୍ଡଳି ର ନିଷ୍ପତ୍ତି ଯାଏଁ ସମସ୍ତ ନିର୍ବାଚନ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ନିର୍ବାଚନ ଅଧିକାରୀ ଙ୍କୁ ଅବଗତ କରାଇ ଦିଆଗଲା।ଅତଏବ ସମସ୍ତ ମଣ୍ଡଳ ସଭାପତି ମାନେ ପରବର୍ତି ସଚେତକ ମଣ୍ଡଳି ଦ୍ବାରା ଚିଠି ନ ପାଇବା ଯାଏଁ ନିର୍ବାଚନି କାର୍ଯ୍ୟ ରେ ସହଯୋଗ ନକରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରାଗଲା ।
