ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ପଦବୀ ପାଇଁ ଉପ-ନିର୍ବାଚନ ୨୯ ରେ ।
ବେଲଗୁଣ୍ଠା ଏନ୍ଏସି ଉପାଧ୍ୟକ୍ଷା ପଦବୀ ପାଇଁ ଉପ-ନିର୍ବାଚନ ୨୯ ରେ ।ବେଲଗୁଣ୍ଠା-୨୫/୯-ଗତ ୨୦୨୪ ନଭେମ୍ବର ୧୯ ରେ ବେଲଗୁଣ୍ଠା ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷା ଟି. ବବିତା କୁମାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।ଭୋଟ୍ରେ ସମସ୍ତ ୧୨ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଏହା ଫଳରେ ଟି ବବିତା କୁମାରୀ ଉପାଧ୍ୟକ୍ଷା ପଦବୀ ହରାଇଥିଲେ l ସେହିଦିନ ଠାରୁ ବେଲଗୁଣ୍ଠା ଏନ ଏ ସି ର ଉପାଧ୍ୟାକ୍ଷା ପଦ ଖାଲି ପଡ଼ିଥିବା ବେଳେ, ଏହି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପତ୍ର ସଂଖ୍ୟା ୨୦୮୩/SEC ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୫/ULB ନିର୍ବାଚନ ଅନୁସାରେ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉପ-ନିର୍ବାଚନ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୩/ULB ଅନୁଯାୟୀ ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ନିର୍ବାଚନ ସୂଚୀ ଅନୁସାରେ,୨୨ ସେପ୍ଟେମ୍ବର ୨୦୨୬ରେ ନୋଟିସ ଜାରି କରାଯାଇଛି ।ବର୍ତମାନ ୨୯ ସେପ୍ଟେମ୍ବର ୨୦୨୬ରେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟା ରୁ ୧୨ ଟା ମଧ୍ୟରେ ଯାଞ୍ଚ, ଅପରାହ୍ନ ୧:୦୦ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଆବଶ୍ୟକ ସ୍ଥଳେ ଅପରାହ୍ନ ୧:୩୦ରୁ ୩:୩୦ ମଧ୍ୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପୌର ନିର୍ବାଚନ ଆଉ କିଛି ମାସ ବାକି ଥିବା ବେଳେ ବର୍ତ୍ତମାନ ଏହି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଏବଂ ଆହୁରି ୬ ଜଣ ମହିଳା କାଉନସିଲର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପାରିଷଦ ରେ ଥିବାରୁ କିଏ ଏହି ପଦବୀ ପାଇଁ ପ୍ରାଥୀ ହେବ ଦେଖିବାକୁ ବାକି ରହିଲା।
