କାଇଁଚମାଳିଆ
କାଇଁଚମାଳିଆ
ଆହେ କାଇଁଚମାଳିଆ
ଘନ କାଳିଆ ଜଗତ ହୃଦୟ ହରି
ଜଗତର ପାଇଁ ବିଜେ କରିଅଛ ତୁମେ ନିଳାଦ୍ରୀ ବିହାରୀ।
ବେଶ ଭାଷ ତୁମ ଅତି ସୁନ୍ଦର
କି ଅପରୂପ ମନୋହର
ବାଙ୍କ ଚାହାଣୀ ରେ ଦେଖୁଥାଅ ତୁମେ ବିଶ୍ବ ବାସୀଙ୍କ ପୟର।
ହେ ମୁରଲୀଧାରୀ
ଆଜି ଶୁଭୁନି କି ମୁରଲୀ ତୁମର ଅଭୁଲା ସ୍ମୃତି ର ବାରି।
ଘେନ ପ୍ରଣତି ମୋହର
ଦୋଷ ଥିଲେ କ୍ଷମା କର ଆହେ ଜଗତ ଠାକୁର।

ପ୍ରକୃତି ବନ୍ଧୁ ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
