ଯାଜପୁର ଧର୍ମଶାଳା ର. ରସୁଲପୁର ବ୍ଲକ କୁଆଖିଆ ମେଳଣ ପଡିଆରେ କାର୍ଗିଲ ବିଜୟ ଉତ୍ସବ ପାଳନ

ଯାଜପୁର ଧର୍ମଶାଳା ର. ରସୁଲପୁର ବ୍ଲକ କୁଆଖିଆ ମେଳଣ ପଡିଆରେ କାର୍ଗିଲ ବିଜୟ ଉତ୍ସବ ପାଳନ ହୋଇଯାଇଅଛି l ଉକ୍ତ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଅଦକ୍ଷ ଟତାରେ ବିପୁଳ ସମାବେଶ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ବକ୍ତା ଓ ସଭା ପରିଚାଳନା କରିଥିଲେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ l ଅତିଥିଭାବେ ଯାଜପୁର ସଂସଦ ରବି ନାରୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଆମର ନାୟକ, କୋରେଇ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି,ବିଂଝାରପୁର ବିଜେପି ନେତ୍ରୀ ବନ୍ଦିତା ମଲିକ, ଆଶୁତୋଷ ପରିଡା,ଯୋଗଦେଇ ଥିବାବେଳେ ସୁକିନ୍ଦା ବିଧାୟକ ପ୍ରଦୀପ ବଲସାମନ୍ତ ଙ୍କ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିଲେ l ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତ ଅତିଥିଭାବେ. ଅଭିଭାଷଣ ଦେଇଥିଲେ l ଜିଲ୍ଲା ରୁ. ଆସିଥିବା ନେତାମାନେ କାର୍ଗିଲ ଯୁଦ୍ଧ ରେ ସହିଦ ହୋଇଥିବା ୫୨୭ ଯୋଦ୍ଧା ମାନଙ୍କୁ ସଲାମ ଦେବାସହ ସେମାନେ କେମିତି ଯୁଦ୍ଧ କରି ଦେଶପାଇଁ ସହି ହୋଇଥିଲେ ଅଭିଭାଷଣ ରେ କହିଥିଲେ l ଭାରତବର୍ଷ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପୋଇ ଏବଂ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦୀ ଜି ଙ୍କୁ ଅନେକ ଅନେକ ଧନ୍ୟବାଦ ଜନେଥିଲେ l ଏବଂ ସହିଦ ମାନଙ୍କ ପରିବାର ଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ବେହୁରା,ଶ୍ରୀକାନ୍ତ ସାହୁ ଆଲୋକ ଲେଙ୍କା, ରାଜେଶ ପାଳ, ଗୌତମ ସାହୁ,ଅଂଶୁମାନ ରଥ ଯୋଗଦେଇ ସଭାର ସହଯୋଗ କରିଥିଲେ l

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *