ନିମାପଡାରେ ଆଳୁ ଦର ପଚାଶ
ପୁରୀ ଯୋଗାଣ ବିଭାଗର ଚଢ଼ାଉ।ନିମାପଡା ଆଳୁ ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଥିବା ବେଳେ ନିମାପଡାରେ ଆଳୁ କିଲୋ 50 ଟଙ୍କାରେ ବିକ୍ରି ଚାଲିଛି। ଯାହାକି ଘରର ହାଣ୍ଡିଶାଳକୁ ବାଧୁଛି। ଖାଉଟି ହନ୍ତସନ୍ତ ହୋଇ ଆଳୁ କିଣୁଥିବା ବେଳେ ଗୃହିଣୀ ପଡିଛନ୍ତି ଚିନ୍ତାରେ। ତେବେ ଏହି ଘଟଣା ଜାଣିବା ପରେ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ. ନିମାପଡା ଯୋଗାଣ ଅଧିକାରୀ. କାକଟପୁର ଯୋଗାଣ ଅଧିକାରୀ ମିଳିତ ଭାବେ ନିମାପଡା ବଜାରରେ ଥିବା ଏକାଧିକ ଆଳୁ ଗୋଦାମ ଏବଂ ଖୁଚୁରା ବ୍ୟବସାୟୀଙ୍କ ଦୋକାନ ରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ବେଳେ ଯୋଗାଣ ଅଧିକାରୀ ଜାଣିବାକୁ ପାଇଥିଲେ ଆଳୁ ଗୋଦାମ ମାଲିକ ମାନେ ଚଢ଼ା ଦରରେ ଖୁଚୁରା ବ୍ୟବସାୟୀ ମାନଙ୍କୁ ଦେଇଥିବାରୁ ଆଳୁ କିଲୋ ପ୍ରତି ବ୍ୟବସାୟୀ ମାନେ 50 ଟଙ୍କା ରେ ବିକ୍ରୟ କରୁଛନ୍ତି। ତେବେ ଯୋଗାଣ ଅଧିକାରୀ ଉଭୟ ଗୋଦାମ ବ୍ୟବସାୟୀ ମାନଙ୍କୁ ସଠିକ ଦରରେ ବିକ୍ରୟ କରିବା ସହ ରେଟ ଚାଟ ମାରିବା ପାଇଁ ତାଗିଦ କରିଥିଲେ। ବ୍ୟବସାୟୀ ମାନେ କୌଣସି ଗ୍ରାହକଙ୍କୁ ଚଢା ଦାମରେ ଆଳୁ ବିକ୍ରୟ କରନ୍ତି ତେବେ ସେହି ବ୍ୟବସାୟୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଚେତାବନୀ ଦେଇଛନ୍ତି।
