ଖଟିଆରେ ବୁହାହୋଇ ଆସିଲେ ପ୍ରସୂତି

-ଜନନୀ ଯନ୍ତ୍ରଣା ଭଳି ଘଟଣା ସାମ୍ନାକୁ ଆସିଛି ।କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ଗୁଣ୍ଡିଚାନାଳୀର କରଡାବଣି ଗାଁରେ। ହରିହର ହଂ।ସଦାଙ୍କ ପତ୍ନୀ ବୀଜ ହଂ।ସଦାଙ୍କର ପ୍ରସବ ବେଦନା ଯୋଗୁ ରାମିଆଳ ନଦୀରେ ଖଟିଆ ସାହାଯ୍ୟରେ ପାରି କରି କାମାକ୍ଷାନଗର ମେଡ଼ିକାଲ ପହଞ୍ଚିଥିଲେ।ଏଠାରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।ଗାଁ ରୁ କିଛି ବାଟ ଆସିବା ପରେ ରାମିଆଳ ନଦୀ ଖଟିଆ ସାହାଯ୍ୟରେ ପାରିହେଲା ପରେ ମେଡ଼ିକାଲ ଆସନ୍ତି ।ଗାଁର ଅନ୍ୟଏକ ରାସ୍ତା କାମାକ୍ଷାନଗର କୁ ଅଛି କିନ୍ତୁ ବାଉଁଶପାଳ ପଂଚାୟତ ଦେଇ ଆସିବାକୁ ପଡେ। ସେପଟେ ୧୨କିମି ଉପରେ ହେଉଥିବା ବେଳେ ରାସ୍ତା ମଧ୍ୟ ଠିକ ନାହିଁ ଯିବାକୁ ବହୁତ ଅସୁବିଧା ।ନଦୀ ପାରି ହେଲେ ୬କିମି ହେବ କାମାକ୍ଷାନଗର କୁ ।ଲୋକମାନେ ବାଧ୍ୟହୋଇ ନଦୀ ପାରିହୋଇ ଆସୁଛନ୍ତି ଆସୁଥିବା ବେଳେ ଏହା ଉପରେ ପ୍ରଶାସନର ଦୃଷ୍ଟି ନାହିଁ ।ତୁରନ୍ତ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ହୋଇଛି ଦାବି।

Leave a Reply

Your email address will not be published. Required fields are marked *