ବିଦାୟକାଳୀନ ୩ୟ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଲାଥିପଡ଼ା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟଠାରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟକାଳୀନ ୩ୟ ବର୍ଷ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ବିଭାଗିୟ ମୁଖ୍ୟ ଶ୍ରୀମତୀ ଚିନ୍ମୟୀ ସାହୁ ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ଅତି ଆଗ୍ରହ ଓ ଉଦ୍ଦୀପନା ର ସହିତ ଏହି କାର୍ଯ୍ୟକ୍ରମ କୁ ସାକାର କରିଥିଲେ । ଏଥିରେ ଅଧ୍ୟାପିକା କାଜଲ ରଶ୍ମୀ ସାହୁ ଓ ସାବିତ୍ରୀ ରଥ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଛାତ୍ରୀ ମାନେ କଲେଜ botanical garden କୁ କିଛି ଅମୂଲ୍ୟ ଗଛ ମଧ୍ୟ ଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
