ବୟସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବୃଦ୍ଧା ଭତ୍ତା ଓ ରାସନ କାର୍ଡ ପାଇବାରୁ ବଞ୍ଚିତ

ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ର ୮୧ ବର୍ଷୀୟ ବୃଦ୍ଧା ମାତାଜୀ ରାଉତ ଙ୍କ ଭତା ହୋଇ ନଥିବାରୁ ,ସେ ଅନଲାଇନ ମାଧ୍ୟମ ରେ ଦରଖାସ୍ତ କରିବାକୁ ଚାହିଁଥିଲେ କିନ୍ତୁ ସେଠାରେ ସେ ଜାଣିବାକୁ ପାଇଲେ ତାଙ୍କର ଦୀର୍ଘଦିନ ରୁ ଭତା ଆସୁଛି ।ଏ ବାବଦରେ ସରପଞ୍ଚ ଙ୍କୁ ବୁଝିବାରୁ ସେ କହିଛନ୍ତି ଯେ ଭତ୍ତା କୁ ସେ ନେଉ ନଥିବାରୁ ଭତା ଫେରି ଯାଉଛି।ସେହି ବୃଦ୍ଧା ମାତାଜୀ ରାଉତ ଏବଂ ତାଙ୍କ ଦୁଇ ବହୁ ନିରୂପମା ରାଉତ ଏବଂ ପ୍ରମିଳା ରାଉତ ଙ୍କ ନାମରେ ଦୀର୍ଘଦିନ ହେବ ରାସନ କାର୍ଡ ଥିଲା ଏବଂ ସମସ୍ତେ ରାସନ ପପୁଥିଲେ।କିନ୍ତୁ ଗତମାସ ଯେତେବେଳେ ରାସନ ପାଇଁ ଯାଇଥିଲେ ଏବଂ କମ୍ପୁଟର ରେ ତାଙ୍କ ନାଁ କଟି ଯାଇଥିବା ଜାଣିବାକୁ ପାଇଲେ।ତେଣୁ ସେ ଆସି ସରପଞ୍ଚ ଙ୍କୁ ଦେଖା କରିବାରୁ ସେ କହିଲେ ବିଭାଗୀୟ କର୍ତ୍ତୃପକ୍ଷ କଟିଛନ୍ତି ତେଣୁ ସେ କିଛି କରି ପ୍ୟାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ର ଶିକାର ହୋଇଛନ୍ତି ସେହି ପରିବାର ଟି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏହାକୁ ନେଇ ପରିବାର ତିନି ମୁଖ୍ୟ ଜିଲ୍ଲାପାଳ ଙ୍କୁ ଦେଖାକରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *