ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ସମାପନ

**ଦ୍ୱିତୀୟ ଦିବସରେ କିରୋଗୀ ଇଭେଣ୍ଟରେ ଶ୍ରୀକ୍ଷେତ୍ର ଟାଏକୋଣ୍ଡୋ ସ୍କୁଲ ଚମ୍ପିୟନ ଟ୍ରଫି ଓ ଶ୍ରୀକ୍ଷେତ୍ର ଟାଏକୋଣ୍ଡୋ ସ୍କୁଲ ଉପ-ବିଜେତା ଟ୍ରଫି ଓ ପୁମସି ଇଭେଣ୍ଟ ରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଚାମ୍ପିୟନ ଓ ହନନା ଟାଏକୋଣ୍ଡୋ ଏକାଡେମୀ ଉପ-ବିଜେତା ଟ୍ରଫି ହାସିଲ କରିଥିଲେ.***ଚଳିତ ମାସ ଜୁଲାଇ 27 ଓ 28 ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ସ୍ଥିତ ରେଲୱ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ 17ତମ କିରୋଗୀ ଓ 9ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି.ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡିଶା ଆଥଲେଟିକ ସଙ୍ଘର କୋଷାଧକ୍ଷ ଶ୍ରୀ ରବି ଶଙ୍କର ପ୍ରତିହାରୀ,ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ ମହାପାତ୍ର, ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥିଭାବେ ପ୍ରତିଯୋଗିତାରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ.ଏହି ପ୍ରତିଯୋଗିତାରେ ପୁରୀ ଜିଲାରୁ 11 ଟ୍ରେନିଂ ସେଣ୍ଟରରୁ 300ଜଣ ପ୍ରତିଯୋଗୀ ଉଭୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ.ଦ୍ୱତୀୟ ଦିବସରେ କିରୋଗୀ ଇଭେଣ୍ଟରେ ଶ୍ରୀକ୍ଷେତ୍ର ଟାଏକୋଣ୍ଡୋ ସ୍କୁଲ ଚାମ୍ପିୟନ ହୋଇଥିଲା ବେଳେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଉପ-ବିଜେତା

ହାସଲ କରିଥିବା ବେଳେ ପୂମସି ଇଭେଣ୍ଟ ରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଚାମ୍ପିୟନ ହୋଇଥିଲା ବେଳେ ହନାନା ଟାଏକୋଣ୍ଡୋ ଏକାଡେମୀ ଉପବିଜେତା ଟ୍ରଫି ହାସିଲ କରିଥିଲେ.ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ବିଜେତା ଟିମ ମାନଙ୍କୁ ପ୍ରଦାନ କରିଥିଲେ.ଜିଲ୍ଲା ସଙ୍ଘ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତା ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Leave a Reply

Your email address will not be published. Required fields are marked *