ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ମିଲ୍କ୍ ମୁ କାରଖାନା ଉପରେ ଅଚାନକ ଚଢ଼ାଉ

କୋଣାର୍କ :- 27.07.2024 – ରାଜ୍ୟ ରେ ସରକାର ପରିବର୍ତ୍ତନ ପରେ ବିଭିର୍ନ୍ନ ବିଭାଗୀୟ ମନ୍ତ୍ରୀଙ୍କ ଅଚାନକ ଗସ୍ତ ଵା ଆକ୍ସନ ମୁର୍ଡ ରହୁଛନ୍ତି l ଠିକ ସେହିପରି ଆଜି ନିମାପଡ଼ା ଓ ଗୋପ ଅଞ୍ଚଳ କୁ ଗସ୍ତ କରିଥିଲେ ଖାଉଟି ଯୋଗାଣ ମନ୍ତ୍ରୀ । ଅଭିଯୋଗ ପାଇଁ ଆଜି ନିମ୍ନ ମାନର ଦୁଗ୍ଧଜାତ ରାଜ୍ୟ ଖାଉଟି କଲ୍ୟାଣ ସାମଗ୍ରୀ ଓ ଉତ୍ପାଦନ ଦ୍ରବ୍ୟ ସମ୍ପର୍କ ତଦନ୍ତ କରିଥିଲେ l ପରିବେଶ ପ୍ରଦୂଷଣ କରୁଥିବା ସହ ନିମ୍ନମାନର ଦୁଗ୍ଧ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଆଜି ଗୋପ ନିକଟସ୍ଥ ମିଳ୍କୀ ମୁ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ଶ୍ରୀ ପାତ୍ର ଅଚାନକ ଭାବେ ପରିଦର୍ଶନ କରି ଦୁଗ୍ଧ ଜାତ ଉତ୍ପାଦିତ ସାମଗ୍ରୀ ର ମାନ ସଂଗ୍ରହ କରିଛନ୍ତି l କାରଖାନା ଦ୍ୱାରା ଅପମିଶ୍ରଣ ଓ ଜଳବାୟୁ ପ୍ରଦୂଷଣ ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହେଲେ ବା ଉତ୍ପାଦିତ ସାମଗ୍ରୀର ମାନ ପରୀକ୍ଷାରେ ଠିକ ନଥିଲେ କାରଖାନା ର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *