ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ବିଶ୍ଵ ହେପାଟାଇଟିସ ଦିବସ ୨୦୨୪ ପାଳନ କରାଯାଇଛି

ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ବିଶ୍ଵ ହେପାଟାଇଟିସ ଦିବସ ୨୦୨୪ ପାଳନ କରାଯାଇଛି l ଏହି ଉପଲକ୍ଷେ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ଏକ ଜନସଚେତନତା ଗାଡ଼ିର ଉଦଘାଟନ କରିଥିଲେ l ଏହି ଅବସରରେ ଏକ ଟୀକାକରଣ ଶିବିର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା| ପୁରୀ ଜିଲ୍ଲା କାରାଗାରରେ ମଧ୍ୟ ସଚେତନତା ଶିବିର ଆୟୋଜନ ହୋଇଥିଲା | ଏହି ଶିବିରରେ ୪୦ଜଣ କାରାଗାରର ଅନ୍ତେବାସୀଙ୍କୁ ପରୀକ୍ଷା କରାଯାଇଥିଲା। ସୁରଜମଲ ସାହା ମହାବିଦ୍ୟାଳୟ ,ପୁରୀରେ ଏକ ସଚେତନତା ସଭା କରାଯାଇଥିଲା ଏବଂ ପରେ ପରେ ବିଶ୍ଵ ହେପାଟାଇଟିସ୍ ଦିବସ ଉପଲକ୍ଷେ ରଚନା ପ୍ରତିଯୋଗିତା କରାଯାଇ ବିଜୟୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା | ହେପାଟାଇଟିସ୍ ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଯକୃତର ପ୍ରଦାହ ଅଟେ | ହେପାଟାଇଟିସ୍ ସହିତ ମୁକାବିଲା କରିବା ଏବଂ 2030 ସୁଦ୍ଧା ଦେଶବ୍ୟାପୀ ହେପାଟାଇଟିସ୍ ବି ଏବଂ ସି ବିଲୋପ କରିବା ଲକ୍ଷ୍ୟରେ 28 ଜୁଲାଇ, 2018 ରେ ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମହିଳାମାନେ ପ୍ରସବ ପୂର୍ବରୁ ଥରେ ହେପାଟାଇଟିସ୍ ବି ପାଇଁ ପରୀକ୍ଷା କରାଯାଇଥାଏ | ହେପାଟାଇଟିସ୍ ସି ପାଇଁ ସମସ୍ତ ଉଚ୍ଚ ବିପଦ ଗୋଷ୍ଠୀ ମାନେ ହେଲେ ଯଥା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସହିତ ଅସୁରକ୍ଷିତ ଯୌନ ସମ୍ପର୍କ, ଜେଲ୍ ଅନ୍ତେବାସୀ, ବ୍ୟବହୃତ ଛୁଞ୍ଚିର ବ୍ୟବହାରକାରୀ, ଡ୍ରଗ୍ ବ୍ୟବହାରକାରୀ, ଯୌନ କର୍ମୀ ଇତ୍ୟାଦି |ଗତବର୍ଷରୁ ଏ ପର୍ଯ୍ୟନ୍ତ ପ୍ରାୟ 28000 ଗର୍ଭବତୀ ମହିଳାଙ୍କୁ ହେପାଟାଇଟିସ୍-ବି ପାଇଁ ସ୍କ୍ରିନ କରାଯାଇଛି l ୩୦୦୦ ଲୋକଙ୍କୁ ହେପାଟାଇଟିସ୍-ସି ପରିକ୍ଷା କରଯାଇଛି। ସମ୍ପ୍ରତି 21 ଗର୍ଭବତୀ ମହିଳା ଏବଂ 11 ଜଣ ବିପଦପୂର୍ଣ୍ଣ ଲୋକ ଚିକିତ୍ସିତ ହେଉଛନ୍ତି lଜିଲ୍ଲା ମହାମାରୀ ବିଶେଷଜ୍ଞ ଶିଳ୍ପି ଦାସ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରବୀନ୍ଦ୍ର ପ୍ରଧାନ, ଡିପିଏମ୍ ଟି ନାରାୟଣ ରାଓ, ଡିଡ଼ିଏମ୍ ସୁଦାମ ମହାରଣା, ମାଇକ୍ରୋ ବାଇଓଲୋଯିଷ୍ଟ ସିଗମା ପଣ୍ଡା, ଡାଟା ମ୍ୟାନେଜର ଦୀପକ ମହାପାତ୍ର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *