ଆଳିୟ ଖଣ୍ଡାୟତ ସମାଜ ର କେନ୍ଦ୍ରୀୟ ନିର୍ବାଚନୀ କାର୍ଯ୍ୟକ୍ରମ ରେ ଘୋର ଅନିୟମିତତା
” ” ନିପ୍ର ଆସିକା:-୨୮/୦୭/୨୦୨୪ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର କେନ୍ଦ୍ରୀୟ କାର୍ଯ୍ୟଳୟ ଠାରେ କେନ୍ଦ୍ର ନିର୍ବାଚନ ପ୍ରକ୍ରିୟା ରେ ଘୋର ଅନିୟମିତତା ହେଉଥିବା ପରିଲକ୍ଷିତ।କୂଳାଧିପତି ପ୍ରହଲ୍ଲାଦ ଲେଙ୍କା, ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ନାହାକ, କିଛି ଚାଟୁକାରୀ କୂଳ ସଙ୍ଗଠନ କୁ ଧ୍ଵଂସ କାରୀ ନିଜ ପଦ ପଦବୀ କୁ ବଞ୍ଚାଇବା ପାଇଁ ଚକ୍ରାନ୍ତ କରିଛନ୍ତିି ତେଣୁ ସମ୍ବିଧାନ ର ଧାରା ଉପଧାରା କୁ ଗ୍ରହଣ ନ କରି ନିଜ ମନଇଚ୍ଛା ରେ ମଣ୍ଡଳ ଓ ଶାଖା ମଣ୍ଡଳ କୁ ନ ଯାଇ ନିଜର ପ୍ରତିନିଧି ପଠାଇ ନିର୍ବାଚନ କରାଇଛନ୍ତି। ଯାହାକି ନିତି ନିୟମ ବିରୁଦ୍ଧ। ବରଗାଁ ମଣ୍ଡଳ ନିର୍ବାଚନ ରେ ପ୍ରଥମେ ପ୍ରତିନିଧି ପଠାଇ ଥିଲେ। ତାଙ୍କର ମନଇଚ୍ଛା ନିଷ୍ପତ୍ତି କୁ ଗ୍ରହଣ ନ କରି ବିରୋଧ କରାଯିବାରୁ ନିର୍ବାଚନ ବାତିଲ ହୋଇଥିଲା। ଦ୍ଵୀତୀୟ ଥର ନିର୍ବାଚନ ଅଧିକାରୀ ନିଜେ ଉପସ୍ଥିତ ରହି ପୁଣି ମନଇଚ୍ଛା ନିର୍ବାଚନ କରିବାକୁ ଜିଦ ଧରିବାରୁ ଅଧିକାଂଶ ପଲ୍ଲୀ ଓ ମଣ୍ଡଳ କର୍ମ କର୍ତ୍ତା ମାନେ ନିର୍ବାଚନ ବୈଠକ କୁ ବର୍ଜନ କରି ଚାଲି ଯାଇଥିଲେ।ପରେ ନିଜେ ନିର୍ବାଚନ ଅଧିକାରୀ କୋରମ ଅଭାବ ଓ ଅଗଣତାନ୍ତ୍ରିକ ରୂପେ ଏକ କର୍ମ କର୍ତ୍ତା ଚୟନ କରିଥିଲେ। ଉକ୍ତ କମିଟି କୁ ବରଗାଁ ମଣ୍ଡଳ ର ୩୨ ପଲ୍ଲୀ ରୁ ୨୮ ପଲ୍ଲୀ ବିରୋଧ କରି ଅନ୍ୟ ସମସ୍ତ ମଣ୍ଡଳ ମାନଙ୍କୁ ନିର୍ବାଚିତ ଅଧିକାରୀ ଙ୍କ କାର୍ଯ୍ୟ କଳାପ କୁ ଜଣାଇଥିଲେ। ବରଗାଁ ମଣ୍ଡଳ ର ୨୮ ପଲ୍ଲୀ ର ଅନୁରୋଧ କୁ ଗୁରୁତ୍ଵ ଦେଇ, ଜକର,ଶିଆଳିଆ, ଗହଙ୍ଗୁ ଓ ଖଲିଙ୍ଗି, ବାଲିମେଳା ଶାଖା ମଣ୍ଡଳ ସଭାପତି ମାନେ ମିଳିତ ଭାବେ ନିର୍ବାଚନ ଅଧିକାରୀ କୁ ପ୍ରସ୍ତାବ ଦେଇଥିଲେ ଯେ, ବରଗାଁ ମଣ୍ଡଳ ର ବିଶୃଙ୍ଖଳା କୁ ସମାଧାନ ନ କରିବା ପର୍ଯ୍ୟନ୍ତ ଜିଲ୍ଲା ବା କେନ୍ଦ୍ର ନିର୍ବାଚନ କୁ ସ୍ଥଗିତ ରଖାଯାଉ। ୪ ମଣ୍ଡଳ ର ଅନୁରୋଧ ରକ୍ଷାକରି କେନ୍ଦ୍ର ନିର୍ବାଚନ କୁ ସ୍ଥଗିତ କରିଥିଲେ, କିନ୍ତୁ ବରଗାଁ ମଣ୍ଡଳ ର ବିଶୃଙ୍ଖଳା କୁ ନ ସଜାଡ଼ି ୩୨ ପଲ୍ଲୀ ର କର୍ମ କର୍ତ୍ତା କୁ ନ ଡାକି ନିଜେ ବେଆଇନ ଭାବେ ମନୋନୟନ କରିଥିବା କମିଟି କୁ ପୁଣି ଘୋଷଣା କରିଥିଲେ।କୂଳାଧିପତି ଓ ନିର୍ବାଚନ ଅଧିକାରୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବହୁ ଜନମତ କୁ ଭୃକ୍ଷେପ ନ କରି ବରଗାଁ ମଣ୍ଡଳ କୁ ନ ସଜାଡ଼ି ୪ ଶାଖା ମଣ୍ଡଳ ର ଅନୁରୋଧ କୁ ଗୁରୁତ୍ଵ ନଦେଇ କେନ୍ଦ୍ର ନିର୍ବାଚନ ଘୋଷଣା କରିବାରୁ ସଂଗଠନ ଓ ସମ୍ବିଧାନ କୁ ରକ୍ଷା କରିବା ପାଇଁ ୨୬/୦୭/୨୦୨୪ ରେ ସଂପାଦକ ନିଜେ ଏ ଜାତିର ବରିଷ୍ଠ ସଂଗଠକ ଓ ଆଇନ୍ ଜିବି ମାନଙ୍କୁ ଡ଼ାକି ଥିଲେ। ଉକ୍ତ ବୈଠକରେ ସମସ୍ତ ବିଷୟ କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଷ୍ପତ୍ତି ନେଲେ ଯେ, ସଂଗଠନ ର ମୂଖ୍ୟ ଭାବେ ନିଜେ ଯାଇ ନିର୍ବାଚନ କରିବା କୂଳାଧିପତିଙ୍କ ଅସମ୍ବିଧାନିକ,ପଦ ର ମର୍ଯ୍ୟାଦା ହାନି ଅଟେ। ନିର୍ବାଚନ ଅଧିକାରୀ, କେନ୍ଦ୍ର ର ନିର୍ଦେଶ ଏ ସମ୍ବିଧାନ ଅନୁଯାୟୀ ନିର୍ବାଚନ କରାଯିବ। ଅସମ୍ବିଧାନିକ ତେଣୁ ବର୍ଜନିୟ। ସମ୍ବିଧାନ ଓ ସଂଗଠନ କୁ ବଞ୍ଚାଇବା ପାଇଁ ସର୍ବ ସମ୍ମତି କ୍ରମେ ଏକ ସଚେତକ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଆଗାମୀ ତା ୨୮/୦୭/୨୦୨୪ ଜିଲ୍ଲା ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ, ସଚେତକ କମିଟି, ଆଗାମୀ ନିଷ୍ପତ୍ତି ପଯ୍ୟନ୍ତ ଜିଲ୍ଲା ସଭାପତି , ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ସଦସ୍ୟ ଙ୍କୁ ଯଥାଶୀଘ୍ର ଅବଗତ କରାଇବା ପାଇଁ ସଂପାଦକ କୁ ଅନୁରୋଧ କରାଯାଇଥିଲା। ଦୁଃଖ ଓ ପରିତାପର ବିଷୟ ଏହି ଯେ ଏ କୂଳ ସଙ୍ଗଠନ ର ପ୍ରତିଷ୍ଠାତା ସଭ୍ୟ ବରିଷ୍ଠ,ଅଭିଜ୍ଞ ବ୍ୟକ୍ତି ଓ କୂଳ ସଙ୍ଗଠନ ରେ ବିଭିନ୍ନ ସମୟରେ ଉଚ୍ଚ ପଦ ପଦବୀ ରେ ରହି କୂଳ ସଙ୍ଗଠନ କୁ ବଂଚାଇ ରଖିଥିବା ବ୍ୟକ୍ତିମାନଙ୍କୁ ନେଇ ଗଠନ କରାଯାଇଥିଲା। ସଚେତକ କମିଟି ର ଅନୁରୋଧ କୁ ରକ୍ଷା ନ କରି, ଗର୍ବ ଓ ଅହଂକାର ବଶ ହୋଇ ୫ ମାତୃ ମଣ୍ଡଳ ଓ ଅଧିକାଂଶ ଶାଖା ମଣ୍ଡଳ ର ଅନୁପସ୍ଥିତ ରେ କୋରମ ମଧ୍ୟ କୁ ନଥିଲେ ମଧ୍ୟ ଅସମ୍ବିଧାନିକ ଭାବେ କେନ୍ଦ୍ର ନିର୍ବାଚନ କରାଇଲେ ଯାହାକୁ ମିଳିତ ଭାବେ ଶିଆଳିଆ,ଜକର,ଖଲିଙ୍ଗି, ଗହଙ୍ଗୁ ସମତେ ବାଲିମେଳା ଶାଖା ମଣ୍ଡଳ, ରାୟଗଡ଼ା, ଝାରସୁଗୁଡ଼ା, ବୁର୍ଲା ଶାଖା ମଣ୍ଡଳ ପ୍ରତ୍ୟାଖାନ କରିଥିଲେ। ଏଣୁ ସଚେତକ କମିଟି ର ଏକ ଜରୁରୀ ବୈଠକ ଡାକିବା ଓ ସଚେତକ କମିଟି ର ନିଷ୍ପତ୍ତି ପ୍ରକାରେ ଏକ କେନ୍ଦ୍ର ର ସାଧାରଣ ବୈଠକ ଡାକି ନିର୍ବାଚନ ଅଧିକାରୀ ଙ୍କୁ ଅସିଦ୍ଧ ଘୋଷଣା କରିବା ନୂତନ ନିର୍ବାଚନ ଅଧିକାରୀ ବାଛିବା ଓ ନିର୍ବାଚନ ଅଧିକାରୀ ଦ୍ବାରା କେନ୍ଦ୍ର ନିର୍ବାଚନ କରିବା ଆବଶ୍ୟକ।
