କବିସୂର୍ଯ୍ୟନଗର ଲୟନ୍ସ କ୍ଲବର ଅଧିଷ୍ଠାନ ଉତ୍ସବ
କବିସୂର୍ଯ୍ୟନଗର :-୨୮/୦୭ କବିସୂର୍ଯ୍ୟନଗର ଲୟନ୍ସ କ୍ଲବର ଅଧିଷ୍ଠାନ ଉତ୍ସବ ସଭାପତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ୨୦୨୪-୨୦୨୫ ବର୍ଷ ପାଇଁ ସଭାପତି ଭାବେ ଲାୟନ ଇ. ମାହେଶ୍ୱରୀ ଦୋରା, ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ତଥା ଲାୟନ ଇଂଜିନିଅର କୃପାସିନ୍ଧୁ ସ୍ୱାଇଁ, ଉପସଭାପତି ଲାୟନ ବିବେକାନନ୍ଦ ସାହୁ, କୋଷାଦକ୍ଷ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷl ଲାୟନ ପୁଷ୍ପାଞ୍ଜଳି ମହାପାତ୍ର ନିର୍ବାଚିତ ତଥା ଅଧିଷ୍ଠିତ ହୋଇ ନିଜକାର୍ଯ୍ୟ ନିଷ୍ଠା ଓ ସୁଚାରୁରୂପେ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ଇନଷ୍ଟାଲେସନ ଅଫିସର ଭାବେ ଭିଡ଼ିଜି।।

, ଲୟନ ଇଂ. ଅଶ୍ୱିନୀ କୁମାର ଦାସ, ଫାଷ୍ଟ ଲେଡି ଲୟନ ତଥା ରିଜନ ଚେୟାରପେରାସନ ସୁଶ୍ରୀତା ଦାସ, ସଂମାନିତ ଅତିଥିଭାବେ କବିସୂର୍ଯ୍ୟନଗର ଇଣ୍ଡିଆନ ଓଭେରସିଜ ବ୍ୟାଙ୍କ ମ୍ୟାନେଜର ଶକ୍ତିଶ୍ଵରୂପ ମହାରଣା ଯୋଗ ଦେଇଥିଲେ l ପ୍ରାକ୍ତନ ସଭାପତି ଲୟନ ଡ଼।. ଅକ୍ଷୟ କୁମାର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ଲୟନ ଡା. ଭାଗିରଥି, ଇଂ. ଦିଲ୍ଲୀପ କୁମାର ଖଣ୍ଡୁଆଳ, ଏପିପି ଲୟନ ସୁକୁମାର ମାଝୀ, ସୁପ୍ରଭା ଶତପଥୀ, ମୁକ୍ତିସୁଧା ମାଝୀ, ସମାଜସେବୀ ଶ୍ୱେତ ଦୋରା, ରାମପ୍ରସାଦ ମହାରଣା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟାତିଥିଙ୍କ ଦ୍ୱାରା ବ୍ୟାଙ୍କ ମେନେଜର ଶକ୍ତିସ୍ୱରୂପ ମହାରଣlଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସଂମାନିତ କରାଯାଇଥିଲା।
