ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧୀ ବାଳାଶ୍ରମ ରେ ବୃକ୍ଷ ରୋପଣ
ପିଲା ମାନଙ୍କୁ ବୃକ୍ଷରୋପଣ ର ସଚେତନତା ନେଇ ମା ପାଇଁ ବୃକ୍ଷ ଟିଏ ଲଗାଇବା କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧୀ ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି lମାନବ ସମାଜର ରକ୍ଷା ଓ ପ୍ରକୃତିର ସନ୍ତୁଳନ ସୁରକ୍ଷା ପାଇଁ ଗଛ ଲଗାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧିବାଳା ଆଶ୍ରମ ପରିସରରେ ଅନୁଷ୍ଠିତ ବନମହୋତ୍ସବରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି lବୃକ୍ଷ ହେଉଛି ଆମର ଅମୁଲ୍ୟ ସମ୍ପଦ । ବୃକ୍ଷ ଆମକୁ ଅମ୍ଳଜାନ ଦିଏ,ବୃକ୍ଷ ଆମର ଜୀବନ । ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ବପୂର୍ଣ ।

ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି,ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ଵ ଦେଉଛନ୍ତି । ଆମେ ମାନେ ବୃକ୍ଷ ରୋପଣ ଆମ ପାଇଁ ଖାଲି କରୁନାହାନ୍ତି ଆଗାମୀ ପିଢ଼ି ଙ୍କ ପାଇଁ କରୁଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଛନ୍ତି l ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ବରେଣ୍ୟ ଅତିଥି ଭାବେ ଗାନ୍ଧିବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ, ଶିକ୍ଷୟତ୍ରୀ ମନୋରମା ରାୟ, ରାଜ୍ୟ ଯୁବ ଯାଦବ ସମ୍ପାଦକ ଅମର ନାୟକ ପ୍ରମୁଖ ଯୋଗଦେଇଥିଲେ l ସାମ୍ବାଦିକ ସନ୍ତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଜୀବ ନାୟକ, ପ୍ରମୋଦ ରାୟ, ସୁଜୟ ପାକଳ,ଅବଦୁଲ ଫିରୋଜ ଖାଁ,ପୁନିଲ ସାମନ୍ତ,ମୁକ୍ତି କାନ୍ତ ନାୟକ, ମନୋଜ ବାରିକ,କୃଷ୍ଣ ଚନ୍ଦ୍ର ବେହେରା, ଝରଣା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l
