ଏଠି ବାଡ ଖାଉଛି ଫସଲ।
ଦୁର୍ନୀତି ର ଗନ୍ତାଘର ପାଲଟିଛି ବାସୁଦେବପୁର ତହସିଲ ଅଫିସ୍।* ଦରମା ଟଙ୍କା ରେ ହାତ ମାରନ୍ତିନି ଏହି କାର୍ଯ୍ୟାଳୟ କିଛି ଅସାଧୁ କର୍ମଚାରୀ ।* ନାମ୍ ଜାରୀ,ବେଆଇନ୍ ଇଟା ଭାଟି, ସରକାରୀ ଜମି ଜବରଦଖଲ ଓ ସରକାରୀ ଯାଗା ରୁ ଚାଲିଛି ବେଆଇନ୍ ମାଟି ଉଠାଣ, ପ୍ରତି ବଦଳରେ ମୋଟା ଅଙ୍କର ଉତ୍କଚ ନେଇ ଚୁପ୍ ହୋଇ ବସିଛି ବାସୁଦେବପୁର ରାଜସ୍ୱ ବିଭାଗ।* ଖାଲି ସ୍ଥଳଭାଗ ନୁହେଁ ମୋଟା ଅଙ୍କର ଅର୍ଥ ଦେଇ ସମୁଦ୍ର ପଠାକୁ ବି ଛାଡି ନାହାନ୍ତି ଚିଙ୍ଗୁଡ଼ି ମାଫିଆ। ବେଆଇନ ଭାବେ ନିର୍ମିତ ହୋଇଛି ଚିଙ୍ଗୁଡି ଘେରି। ଖୋଦ୍ ତହସିଲଦାର ବାବୁ ଙ୍କ ନେତୃତ୍ବରେ ସୁପରଭାଇଜର୍,ଆର୍ ଆଇ ଓ କିରାନୀ ମାନଙ୍କ ଜରିଆରେ ମାସକୁ ଲକ୍ଷାଧିକ ଟଙ୍କାର ବଟି ଆଦାୟ କରୁଛନ୍ତି ଏହି ସରକାରୀ ଧଳା ହାତୀ ମାନେ। ବାସୁଦେବପୁର ତହସିଲ କାର୍ଯ୍ୟାଳୟ ରେ ବିରାଡି ଆଖିବୁଜି ପିଉଛି ଖିର।* ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍।* ପୂର୍ବରୁ ବହୁବାର ଭିଜିଲାନ୍ସ ବିଭାଗ ଦ୍ବାରା ଏହି କାର୍ଯ୍ୟାଳୟ ର କର୍ମଚାରୀ ଧରା ପଡିଥିବା ଵେଳେ ସରକାରୀ ଜାଗାକୁ ବ୍ୟକ୍ତଗତ ନାଁ ରେ କରି ନିଲମ୍ବିତ ହୋଇଥିଲେ କିଛି କର୍ମଚାରୀ ।* ଆଉ ଏହି ସଵୁ ବେଆଇନ୍ କାମର କାର୍ପୋର୍ଦାର୍ ଅନ୍ୟ କେହି ନୁହନ୍ତି ବରଂ ଖୋଦ୍ ତହସିଲଦାର ବାବୁ।। ।* ଅପର ପଟରେ ଘଟଣା କୁ ନେଇ ତହସିଲଦାର ଙ୍କ ସହିତ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଚାହିଁଥିଲୁ କିନ୍ତୁ ତହସିଲଦାର ମହୋଦୟ ସିଧା ସଳଖ କେମେରା ଆଗରେ କିଛି କହି ନଥିଲେ। ବରଂ ଟେଲିଫୋନ ମାଧ୍ୟମରେ କହିଥିଲେ କର୍ମଚାରୀ ଜଣକ ପାଗଳ।ଆପଣ ମାନେ କାହିଁକି ଏହି ଘଟଣା କୁ ଏତେ ଗୁରୁତ୍ୱ ଦେଉଛନ୍ତି।ଏବେ ପ୍ରଶ୍ନ ଉଠୁଛି ଜଦି ତହସିଲଦାର ଙ୍କ କଥା ସତ ହୋଇଥାଏ ତା’ହେଲେ ଏହା ଆହୁରି ସାଙ୍ଘାତିକ।ଯଣେ ପାଗଳ କିପରି ତହସିଲ୍ ରେ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ର କିରାନି ଭାବେ କାର୍ଯ୍ୟ କରୁଛନ୍ତି।ନା ଦୁର୍ନୀତି କୁ ଲୁଚେଇବା ପାଇଁ ନିଜର ଅଧସ୍ଥନ କର୍ମଚାରୀ ଙ୍କୁ ପାଗଳ ସଜାଉଛନ୍ତି ତହସିଲଦାର ସୈାଭାଗ୍ୟ ରଞ୍ଜନ ପଣ୍ଡା ।*
