ATM ସାଜିଛି ଗାଈଗୋରୁ ରହିବା ସ୍ଥାନ

ATM ର ଆବଶ୍ୟକତା ଦୈନିକ ଜୀବନରେ କେତେ ଗୁରୁତ୍ୱପୂର୍ଣ ତାହା ଆପଣ ଜାଣିଥିବେ ପରନ୍ତୁ ଏପରି ଏକ ATM ରହିଛି ଯାହା ଗାଈ ଗୁହାଳ ସହ ସମାନ |ଗୋଲାମୁଣ୍ଡା SBI ATM ସାଜିଛି ଗାଈ ଗୋରୁ ରହିବା ଘର | ଲୋକଙ୍କୁ ସହାୟତା ପାଇଁ ATM ରହିଥାଏ ପରନ୍ତୁ ATM ର ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ |ଗାଈ ଗୋରୁ ପଶିକି ଅପରିଷ୍କାର କରୁଛନ୍ତି | ସବୁଠୁ ବଡ଼ କଥା ପ୍ରଶାସନ ତରଫରୁ security ବ୍ୟବସ୍ତା ମଧ୍ୟ ନାହିଁ | ଟଙ୍କା ଜମା ଥିବା ଏଭଳି ସ୍ଥାନ ର ବ୍ୟବସ୍ତା ଦେଖି ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି |ATM ଭିତରେ ପଶିବେ ତ ଦୁର୍ଗନ୍ଧ ରେ ରହିବା ମୁସ୍କିଲ | ଟଙ୍କା ଉଠାଣ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି |ପ୍ରଶାସନ ଏହାର ତଦାରଖ ବି କରୁନି | ଏହା ଉପରେ ଗୁରୁତ୍ୱ ଦେବାକୁ ଲୋକେ ଅଭିଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *