ଲଗାଣ ବର୍ଷାରେ ଉଜାଡି ଦେଲା ମକା ଫସଲ ଚାଷୀଙ୍କ ମୁଣ୍ଡରେ ଚିନ୍ତା

ଲଗାଣ ବର୍ଷାରେ ଉଜାଡି ଦେଲା ମକା ଫସଲ ଚାଷୀଙ୍କ ମୁଣ୍ଡରେ ଚିନ୍ତା।ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକର ଏକର ଜମିରେ ଶୋଇଛି ମକା ଗଛ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ବିଭିନ୍ନ ଗାଆଁରେ ବ୍ୟାପକ ମକା ଫସଲ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯାହାଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି କିପରି ଋଣ ସୁଝିବେ ଏବଂ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚିନ୍ତା।ଆଉ କିଛିଦିନ ପରେ ଅମଳ କରିଥାନ୍ତା ଚାଷୀ। କଠିନ ପରିଶ୍ରମ କରି ବିଲରେ ସୁନା ଫସଲ ଫଳାଇ ଥିଲେ ଏହି ଅଞ୍ଚଳର ଚାଷୀ ହେଲେ ଚାଷୀଙ୍କ ପରିଶ୍ରମ ଏବେ ମାଟିରେ ମିଶାଇ ଦେଇଛି ବର୍ଷା । କିନ୍ତୁ ଚାଷ ଜମିର ଏଭଳି ଅବସ୍ଥା ଦେଖି ହତାଶ ହୋଇପଡିଛନ୍ତି କାଚନାପଡା ଡିଏନକେ ଗ୍ରାମର ଶିବୁ ମିସ୍ତ୍ରୀ। ତାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ସେ ‌ରାଇଘର ବ୍ଲକର ଅଧିକାଂଶ ଗାଆଁରେ ଏଭଳି ସମସ୍ୟା ଉପରେ ସରକାର ତଦାରଖ କରି ସାହାଯ୍ୟର ହାତ ବଢାଇଲେ ଅଞ୍ଚଳର ଚାଷୀମାନେ ଚିର ଉପକୃତ ହୋଇପାରିବେ ବୋଲି ଆଶା ରଖିଛନ୍ତି।

ରାଇଘର ବ୍ଲକ ରୁ ପ୍ରଦୀପ ଶିକଦାରଙ୍କ ରିପୋର୍ଟ୍ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *