ଯାତ୍ରୀ ଓ ରେଳବାଇର ସୁରକ୍ଷା ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ସିପିଏମ୍

——————————————ବ୍ରହ୍ମପୁର – ରେଳ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଗୋଟିଏ ଦିନରେ ଚକ୍ରଧର ପୁରରେ ପାସିଞ୍ଜେର ଓ ସମ୍ବଲପୁରରେ ମାଲବାହୀ ଟ୍ରେନ ଦୁର୍ଘଟଣା ଏବଂ ହୀରାଖଣ୍ଡ ଏକ୍ସପ୍ରେସରେ ଷଣ୍ଢ ବାଡେଇହେବା ଏହାର ଜ୍ୱଳନ୍ତ ଉଦାହରଣ।ଏହା ଧାରାବାହିକ ରେଳ ଦୁର୍ଘଟଣାର ପ୍ରତୀକ ମାତ୍ର।ହଜାର ହଜାର ଲୋକଙ୍କ ଧନ ଜୀବନ ଓ ରେଳ ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଛି।ରେଳ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଯାତ୍ରା କରୁଛନ୍ତି।ଦେଶର ଗମନାଗମନର ଜୀବନରେଖା ଯାତ୍ରୀ ଯନ୍ତ୍ରଣାରେ ପରିଣତ ହୋଇଛି।ଏହା ମନୁଷ୍ୟ କୃତ।ରେଳ ବିଭାଗର ଅପରଗତାର ପରିଣତି।ତେଣୁ ବିଭାଗର ମୁଖ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଜରୁରୀ।ରେଳ ବିଭାଗରେ ପ୍ରାୟ ଅଢେ଼ଇ ଲକ୍ଷ ପଦବୀ ଖାଲି ପଡ଼ିଛି।ସେଥିରୁ ପଚାଶ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ନିରାପତ୍ତା ସହିତ ସଂଶ୍ଲିଷ୍ଟ।ତେଣୁ ଟ୍ରେନ ଡ୍ରାଇଭର, ଗାର୍ଡ, ସିଗନାଲ କର୍ମଚାରୀ, ଷ୍ଟେସନ ମ୍ୟାନେଜର ଭଳି କର୍ମଚାରୀ ଙ୍କ ଉପରେ ମାତ୍ରାଧିକ କାର୍ଯ୍ୟ ପଡୁଛି।ଯାହାକି ଦୁର୍ଘଟଣାର ଏକ ପ୍ରମୁଖ କାରଣ।ସେହିଭଳି ନୂଆ କାରିଗରୀ କୌଶଳ ଉପରେ କର୍ମଚାରୀଙ୍କୁ ଆବଶ୍ୟକୀୟ ତାଲିମ ଦିଆଯାଉନାହିଁ।ଏହା ରେଳ ବାଇରେ କାର୍ଯ୍ୟରତ ସମସ୍ତ 11 ଟି କର୍ମଚାରୀ ସଂଘର ଅଭିଯୋଗ।ସେହିଭଳି ରେଳ ବାଇରେ କବଚ ବ୍ୟବସ୍ଥାକୁ ପ୍ରସାର ନ କରିବା,ବିଭିନ୍ନ ବିଭାଗରେ ଆଖିବୁଜା ଘରୋଇକରଣ କରିବା ଏବଂ ନିରାପତ୍ତା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିବା ଯୋଗୁ ଏହି ବିପର୍ଯ୍ୟୟ ସୃଷ୍ଟି ହୋଇଛି।ତେଣୁ ବିଭାଗର ମୁଖ୍ୟଭାବେ ରେଳ ମନ୍ତ୍ରୀ ଇସ୍ତଫା, ଖାଲି ପଦବୀ ପୂରଣ ଓ କବଚ2 ସମେତ ଯାତ୍ରୀ ନିରାପତ୍ତା ପାଇଁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସିପିଏମ ପକ୍ଷରୁ ଦାବୀ କରାଯାଇଛି।କମାପଲି ଛକ ଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମ ରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋକୁଳ ତ୍ରିପାଠୀ,କେଶବ ଗୌଡ଼, ମୋହନ ରାଓ, ଚନ୍ଦ୍ର ଶେଖର ନାୟକ,ରାଜା ରାଓ ,ଗୋପାଳ ମହାନ୍ତି, କିଶୋର ମିଶ୍ର, ଶ୍ରୀନିବାସ ଦାସ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *