ଧରାକୋଟ ବଡ଼ଦାଣ୍ଡ ସାହି ରାସ୍ତା ଓ ଡ୍ରେନ ନିର୍ମାଣ

ବଡ଼ଦାଣ୍ଡ ସାହି ରାସ୍ତା ଓ ପାର୍ଶ୍ଵରେ ଥିବା ଡ୍ରେନ ସାଙ୍ଗକୁ ପେଭର ରାସ୍ତା ଖରାପ ହୋଇଯିବା ଯୋଗୁଁ ରାସ୍ତାରେ ଚାଲିବା ସମୟରେ ସମସ୍ୟା ଦେଖାଦେଉଛି । ବହୁଦିନ ର ଦାବୀ ପରେ ଗତ ୨୦୧୬ ମସିହାରେ ଭଞ୍ଜନଗର ପୂର୍ତ୍ତ ବିଭାଗ ତରଫରୁ ଧରାକୋଟ ରଥପଦା ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୮୫୦ ମିଟର ରାସ୍ତା ପିଚୁ ହେବାସହ ଏହାର ଦୁଇ ପାର୍ଶ୍ଵରେ ଏକ ମିଟର ଲେଖାଏଁ ପେଭର ରାସ୍ତା ଓ ତାକୁ ଲାଗିକରି ଦୁଇ ପଟରେ ଡ୍ରେନ ନିର୍ମାଣ କରାଯାଇଥିଲା । ଦୀର୍ଘ ଆଠ ବର୍ଷ ପୂର୍ବେ ନିର୍ମିତ ଏହି ରାସ୍ତାର ଉପର ଭାଗର ପି ଏମ ସି କେଉଁଠି ଉଠି ଗଲାଣି ତ କେଉଁଠି ସିଲକୋଟ ଉଠି ଗଲାଣି। ଅନ୍ୟ ପଟରେ ରାସ୍ତାର ଉଭୟ ପାର୍ଶ୍ବରେ ବର୍ଷା ପାଣି କ୍ଷୀପ୍ର ଗତିରେ ଯାଇ ପେଭର ବ୍ଲକ ଗୁଡ଼ିକ ଉଠି ଗଲାଣି । ସେହିପରି ଦୁଇ ପଟର ଡ୍ରେନ କଭର କିଛି ଜାଗାରେ ପ୍ରାୟ ସହେ ଫୁଟ ଡ୍ରେନ କଭର ଭାଙ୍ଗି ମୁକୁଳା ପଡ଼ିଛି । ଏଣୁ ଡ୍ରେନ ଚୋକ ହୋଇ ଡ୍ରେନ ପାଣି ରାସ୍ତାରେ ଯାଉଥିବା ବେଳେ ଡ୍ରେନ ଭିତରେ ମଇଳା ଆବର୍ଜନା ଜମାହୋଇ ମଶା ମାଛି ବଂଶ ବୃଦ୍ଧି ପାଉଛି । ଏଣୁ ତୁରନ୍ତ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *