ସମୁଦ୍ର ତଟବର୍ତୀ ଅଂଚଳରେ ସିନଥେଟିକ ବନ୍ଧ ନିର୍ମାଣ

ସମୁଦ୍ର ତଟବର୍ତୀ ଅଂଚଳରେ ସିନଥେଟିକ ବନ୍ଧ ନିର୍ମାଣ ବିଜେଡି ସରକାର ଅମଳରେ ହୋଇଛି ବୋଲି ବିଧାନସଭାରେ କହିବା ପରେ ଏହାକୁ ବିରୋଧ କରିଛି ଏରସମା ବ୍ଲକ ବିଜେପି । ଏରସମା ଅଞ୍ଚଳରେ ସେଭଳି ବନ୍ଧ ହୋଇ ନ ଥିବା ବେଳେ ବିଧାୟକ ଶ୍ରୀ ଜେନା ବିଧାନସଭାରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେପି ନେତା ନୃସିଂହ ସାହୁ ।ବାଲିକୁଦା-ଏରସମାରେ ଗତ ପାଞ୍ଚ ବର୍ଷରେ ଜଳ ସମ୍ପଦ କ୍ଷେତ୍ରରେ ସର୍ବାଧିକ ୨୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ସେଭଳି ଆଖିଦୃଶିଆ କାମ ହୋଇନାହିଁ । ବିଜେପି ସରକାର ଉପକୂଳର ସୁରକ୍ଷା ପାଇଁ ସାଗରମାଳା ପ୍ରକଳ୍ପ ମାଧ୍ୟମରେ କୋଷ୍ଟାଲ ହାଇୱେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚାର ରାଜ୍ୟ ସଂଯୋଜକ ।

Leave a Reply

Your email address will not be published. Required fields are marked *