ଆକାଶଛୁଆଁ ପନିପରିବା ର ଦରଦାମ

ସାରା ରାଜ୍ୟରେ ଅଛାନକ ପନିପରିବା ଦର ହୁହୁ ହୋଇ ବଡୁ ଥିବାବେଲେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛତିଶଗଡ଼ର ସୀମାନ୍ତବ୍ରତୀ ପରଚିପାରା ସାପ୍ତାହିକ ହାଟୋରେ ଲାଗି ରହିଥିବା ବେଳେ ପ୍ରତ୍ୟେକ ସାପ୍ତାହିକ ହାଟବଜାର ମାନଙ୍କରେ ପନିପରିବା ଦର ଆକାଶଛୁଆଁ ରହିଛି। କିଛି ଦିନ ହେଲା ଦରରେ ବୃଦ୍ଧି ପାଇଥିବା ବେଳେ ଖାଉଟି ଚିନ୍ତାରେ ପଡ଼ିଛନ୍ତି ନିରୀହ ଗରିବ ଲକ। ସରକାର ଗରିବ ଲୋକମାନଙ୍କ ପିଠିରେ ନ ମାରି ପେଟରେ କରୁଛନ୍ତି ବୋଳି କହିଛନ୍ତି ଲକେ। ବର୍ତ୍ତମାନ ପୋନି ପରିବାର ଦରଦାମ ରହିଥିବା ବେଲେ ଟମାଟ ୧୦୦’ଟଙ୍କା କିଲୋ ପିଛା କବି ୮୦ ଟଙ୍କା ପୋଟଳ କିଲୋ ୮୦ ଆଳୁ କିଲୋ ୫୦ ଭେଣ୍ଡି କିଲୋ ୮୦ ପିଆଜ କିଲୋ ୫୦ ବାଇଗଣ କିଲୋ ୬୦ କଖାରୁ କିଲୋ ୫୦ ଟଙ୍କାରେ ଛତିଶଗଡ଼ର ସୀମାନ୍ତରେ ଲାଗି ରହିଥିବା ପରଚିପାରା ବଜାରରେ ଆକାଶଛୁଆଁ ଦରରେ ବିକ୍ରି ହେଉଛି କିନ୍ତୁ ଇଛା ଥିଲେ ମଧ୍ୟ ପନିପରିବା କିଣି ହେଉନାହିଁ।

ଅନ୍ୟ ପଟେ ଉଚ୍ଚ ଦରରେ ପନିପରିବା ବିକ୍ରି କରି ବେପାରୀ ମାନେ ମାଲାମାଲ ହେଉଛନ୍ତି ବୋଲି ଲୋକେ କହିଛନ୍ତି ଆକାଶଛୁଆଁ ପରିବା ଦର କେବେ କମିବ ସେହି ଆଶାରେ ଛାତକ ଭଳି ଚାହିଁବସିଛନ୍ତି ଲୋକେ। ରାଇଘର ବ୍ଲକରୁ ପ୍ରଦୀପ ସିକଦାର ଙ୍କ ରିପୋଟ ତୀର୍ଥ କ୍ଷେତ୍ର ।

Leave a Reply

Your email address will not be published. Required fields are marked *